Breaking News

କଟକରେ ଗୋଷ୍ଠୀ ସଂଘର୍ଷ ।

ମୋବାଇଲ ନ୍ୟୁଜ 24X7 ବ୍ୟୁରୋ : କଟକରେ ବଡ଼ ଧରଣର ଗୋଷ୍ଠୀ ସଂଘର୍ଷ । ପୁରୀଘାଟ ଥାନା ଅନ୍ତର୍ଗତ ସନସାଇନ୍ ଗ୍ରାଉଣ୍ଡ ଛକରେ ଦୁଇ ଗୋଷ୍ଠୀ ମଧ୍ୟରେ ସାମାନ୍ୟ ବଚସାରୁ ଆରମ୍ଭ ହୋଇଥିଲା ଗଣ୍ଡଗୋଳ । ଦେଖୁ ଦେଖୁ ଏହା ଉଗ୍ର ରୂପ ନେଇଥିଲା। ପରସ୍ପର ଉପରକୁ କାଚ ବୋତଲ, ଢେଲା ଓ ଇଟା ମାଡ଼ କରିଥିଲେ ଉଭୟ ଗୋଷ୍ଠୀ । ଉତ୍ତ୍ୟକ୍ତ ଲୋକେ କିଛି ଗାଡ଼ି ମଧ୍ୟ ଭଙ୍ଗାରୁଜା କରିଥିଲେ । ଏହି ସଂଘର୍ଷରେ ଅମରେନ୍ଦ୍ର ସାମଲ ଓରଫ ବୁଲୁଙ୍କ ମୃତ୍ୟୁ ହୋଇଥିବା ବେଳେ ଏକାଧିକ ଆହତ ହୋଇଛନ୍ତି ।

ରାତି ତମାମ ବିଭିନ୍ନ ସ୍ଥାନରେ ଚଢ଼ାଉ କରି ସନ୍ଦିଗ୍ଧଙ୍କୁ ଅଟକ ରଖିଛି ।ଅଞ୍ଚଳରେ ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ ବ୍ୟାପକ ପୋଲିସ ଫୋର୍ସ ମୁତୟନ ହୋଇଛନ୍ତି । ତେବେ ଦୁଇ ସାହି ମଧ୍ୟରେ ଉତ୍ତେଜନା ଥମି ନଥିବାରୁ ପୋଲିସ ପରିସ୍ଥିତି ଉପରେ କଡ଼ା ନଜର ରଖିଛି ।ବିଭିନ୍ନ ସ୍ଥାନରେ ଚଢ଼ାଉ କରି ୨୧ରୁ ଅଧିକ ଜଣଙ୍କୁ ଅଟକ ରଖିଛି ପୁରୀଘାଟ ପୋଲିସ । ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଛନ୍ତି କଟକ ଡିସିପି।

Related Articles

Back to top button