କିଏ ଜିତିଲା କେଉଁଠି ? ଆସନ୍ତୁ ଜାଣିବା

ଶେଷ ହୋଇଛି ଛାତ୍ର ସଂସଦ ନିର୍ବାଚନ । ଆସିଛି ଫଳାଫଳ। ଆଉ ସେଲିବ୍ରେସନ ବି ଆରମ୍ଭ ହୋଇଗଲାଣି | ବାଜା ବାଣରେ ଦୁଲୁକିଲାଣି କଲେଜ | ବିଭିନ୍ନ କଲେଜରେ ନିଜ ନିଜ ସଂଗଠନର ପ୍ରାର୍ଥୀ ବିଜୟୀ ହୋଇଥିବା ବେଳେ ଅଧିକାଂଶ କଲେଜରେ ABVP ବାଜିମାତ୍ କରିଛି । ଭୁବନେଶ୍ୱର ବିଜେବି କଲେଜ, ରାଜଧାନୀ କଲେଜ ଓ ଜୟଦେବ କଲେଜରେ ABVP ବିଜୟୀ ହୋଇଛି । ସେହିପରି ଅନୁଗୁଳ ମହିଳା କଲେଜ, ସମ୍ବଲପୁର ଜିଏମ୍ ବିଶ୍ୱବିଦ୍ୟାଳୟ କଲେଜ, କେନ୍ଦ୍ରାପଡ଼ାର ମାର୍ଶାଘାଇ ଓ ଅନ୍ତେଇ କଲେଜ, କଟକ କିଶୋର କଲେଜ, ଅନ୍ତେଇର ବିଜୁ ପଟ୍ଟନାୟକ କଲେଜ ଏବଂ ଧାମନଗର କଲେଜରେ ମଧ୍ୟ ABVP ବିଜୟୀ ହୋଇଛି ।
ଅନ୍ୟପଟେ ଦଶପଲ୍ଲାର ବୃନ୍ଦାବନ ସୁବୁଦ୍ଧି ଡିଗ୍ରୀ କଲେଜ, ଝାରସୁଗୁଡ଼ା, ବାସୁଦେବପୁର କଲେଜ ଓ କମଳା ନେହରୁ କଲେଜରେ BCJD ବିଜୟୀ ହୋଇଛି। ଉଲ୍ଲେଖଯୋଗ୍ୟ, ଅକ୍ଟୋବର ୧୫ରେ ଛାତ୍ର ସଂସଦ ନିର୍ବାଚନ କରିବାକୁ ରାଜ୍ୟ ସରକାର ସବୁଜ ସଙ୍କେତ ଦେଇଥିଲେ। ନିର୍ବାଚନ ଘୋଷଣାର ମାତ୍ର କିଛି ଦିନ ମଧ୍ୟରେ ପ୍ରକ୍ରିୟା ଆରମ୍ଭ ହୋଇଥିଲା। ଅକ୍ଟୋବର ୫ରୁ ପ୍ରସ୍ତୁତି ଆରମ୍ଭ ହୋଇଥିବା ବେଳେ ଅକ୍ଟୋବର ୭ରେ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ଏହାପରେ ଅକ୍ଟୋବର ୯ରେ ନାମାଙ୍କନ ଦାଖଲ ହୋଇଥିଲା।




