Breaking Newsଓଡ଼ିଶା
କାର୍ ସହ ଜିଅନ୍ତା ଜଳିଗଲେ ବ୍ୟକ୍ତି

ମୋବାଇଲ ନ୍ୟୁଜ 24×7 ବ୍ୟୁରୋ :କାର୍ ସହ ଜିଅନ୍ତା ଜଳିଗଲେ ବ୍ୟକ୍ତି । କାର୍ ନିକଟରୁ ମିଳିଲା ଅର୍ଦ୍ଧଦଗ୍ଧ ମୃତଦେହ। ଏହି ଘଟଣା କଟକ ବାରଙ୍ଗ ଥାନା ଗୋଡ଼ିସାହି ନିକଟ କେନ୍ଦ୍ରୀୟ ବିଦ୍ୟାଳୟ ପାଖରେ ଘଟିଛି ଏକ ନିଛାଟିଆ ଜଙ୍ଗଲିଆ ରାସ୍ତାରେ ଥିବା କାରଟି ଜଳୁଥିବା ଦେଖି ସ୍ଥାନୀୟ ଲୋକେ ପୋଲିସ ଓ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ।
ତେବେ ମୃତ ବ୍ୟକ୍ତିଙ୍କ ପରିଚୟ ଏଯାଏଁ ମିଳିନାହିଁ। ସେପଟେ କାରର ନମ୍ବର ପ୍ଲେଟ ମଧ୍ୟ ପୋଡ଼ିଯାଇଛି। କେଉଁ ପରିସ୍ଥିତିରେ ଏଭଳି ଘଟଣା ଘଟିଲା, ତାକୁ ନେଇ ତଦନ୍ତ ଚଳାଇଛି ବାରଙ୍ଗ ଥାନା ପୋଲିସ।




