
ଭୁବନେଶ୍ୱର ,ରାଜ୍ୟର ପ୍ରତି ବ୍ଲକରେ ହେବ ନିଶା ବିରୋଧୀ, କାର୍ଯ୍ୟକ୍ରମ ହେବ।
ରାଜ୍ୟର ସବୁ ବ୍ଲକରେ ଆଣ୍ଟି-ଡ୍ରଗ୍ କମିଟି ବୈଠକ ଆୟୋଜନ କରାଯିବ।
୩୦୦ଟି ପଞ୍ଚାୟତରେ ନିଶାମୁକ୍ତ ସଚେତନତା ସହ ପ୍ରତି ଜିଲ୍ଲାରେ ୫୦ ‘ନଶା ମୁକ୍ତ ମିତ୍ର’ଙ୍କୁ ନେଇ, ସଚେତନତା କରାଯିବ।ରାଜ୍ୟର ୧୫୦ଟି ସ୍କୁଲ ଓ କଲେଜରେ, ନିଶା ବିରୋଧୀ ସଚେତନତା ହେବ।
ସଚେତନତା, ମାରାଥନ, ୱାକାଥନ ଓ ସାଇକେଲ ରାଲି ବି ଆୟୋଜନ ହେବ।
ସଚେତନତା ପାଇଁ, ୧ କୋଟି ୬୫ ଲକ୍ଷ ଟଙ୍କା ବ୍ୟୟ ପ୍ରସ୍ତାବ ରହିଛି।
କେନ୍ଦ୍ର ସରକାରଙ୍କ ଅନୁମୋଦନ ପାଇଁ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ, ଏନେଇ ପ୍ରସ୍ତାବ ପଠାଇଛି।
ମୋଟ୍ ୪ କୋଟି ୬୨ ଲକ୍ଷ ଟଙ୍କାର, କାର୍ଯ୍ୟ ଯୋଜନା ପ୍ରସ୍ତୁତ କରାଯାଇଛି।
ସ୍କୁଲରୁ ଆରମ୍ଭ କରି ପଞ୍ଚାୟତ ପର୍ଯ୍ୟନ୍ତ ହେବ ସଚେତନତା, ଅଭିଯାନ କରାଯିବ।




