କ୍ରୀଡ଼ା

ଫେରିଲା ହିଟ୍‌ମ୍ୟାନ୍‌ ଯୁଗ! ରୋହିତ ଧରିଲେ ମଙ୍ଗ ।

ମୁମ୍ବାଇ ଇଣ୍ଡିଆନ୍ସ ଦଳର ଅଧିନାୟକ ହେଲେ ହିଟ୍‌ମ୍ୟାନ୍‌ ରୋହିତ ଶର୍ମା । ଆଇପିଏଲ୍‌ ୨୦୨୭ ରୋହିତଙ୍କ ଅଧୀନରେ ଦଳ ପଡିଆକୁ ଓହ୍ଲାଇବ । ଶୁକ୍ରବାର ସନ୍ଧ୍ୟାରେ ଏନେଇ ଘୋଷଣା କରିଛି ମୁମ୍ବାଇ ଇଣ୍ଡିଆନ୍ସ। ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଦଳ ଛାଡ଼ିବା ପରେ ରୋହିତଙ୍କୁ ପୁଣି ଏହି ଦାୟିତ୍ୱ ମିଳିଛି।

୨୦୧୩ରୁ ୨୦୨୩ ପର୍ଯ୍ୟନ୍ତ ମୁମ୍ବାଇର ନେତୃତ୍ୱ ନେଇଥିଲେ ରୋହିତ। ତାଙ୍କ ଅଧିନାୟକତ୍ୱରେ ଦଳ ପାଞ୍ଚ ଥର ଆଇପିଏଲ୍‌ ଟ୍ରଫି ଜିତିଥିଲା। ୨୦୨୪ରେ ଗୁଜରାଟ ଟାଇଟନ୍ସରୁ ମୁମ୍ବାଇକୁ ଆସିବା ପରେ ହାର୍ଦ୍ଦିକ ପାଣ୍ଡ୍ୟା ଅଧିନାୟକ ହୋଇଥିଲେ। ଏବେ ତାଙ୍କୁ ପଞ୍ଜାବ କିଙ୍ଗ୍ସକୁ ଟ୍ରେଡ୍‌ କରାଯାଇଛି।

ରୋହିତଙ୍କ ସହ ଜସପ୍ରୀତ ବୁମ୍‌ରା, ସୂର୍ଯ୍ୟକୁମାର ଯାଦବ, ତିଳକ ବର୍ମା ଓ ମିଚେଲ୍‌ ସାଣ୍ଟନରଙ୍କ ଭଳି ଖେଳାଳି ଦଳରେ ରହିଛନ୍ତି। ମୋଟ ୧୬ ଜଣ ଖେଳାଳିଙ୍କୁ ରିଟେନ୍‌ କରିଛି ମୁମ୍ବାଇ। ନିଲାମୀ ପାଇଁ ଦଳ ପାଖରେ ୩୨.୬୦ କୋଟି ଟଙ୍କା ବାକି ରହିଛି। ଆଉ ୯ଟି ସ୍ଥାନ ପୂରଣ କରିବାକୁ ପଡ଼ିବ, ଯେଉଁଥିରେ ବିଦେଶୀ ଖେଳାଳିଙ୍କ ସ୍ଥାନ ମଧ୍ୟ ରହିଛି।

Related Articles

Back to top button