Breaking Newsଜାତୀୟ
ଦୀପାବଳି ଓ ଧନତେରସ୍ ପୂର୍ବରୁ ଟ୍ରାଫିକ ଜାମ

ଦୀପାବଳି ଓ ଧନତେରସ୍ ପୂର୍ବରୁ ଟ୍ରାଫିକ ଜାମ । ସାଜସଜ୍ଜା ସାମଗ୍ରୀଠାରୁ ଆରମ୍ଭ କରି ସୁନା, ରୂପା ଓ ବାସନକୁସନ କିଣିବା ପାଇଁ ଦୋକାନଗୁଡ଼ିକରେ ଲାଗିଛି ଗ୍ରାହକଙ୍କ ଲମ୍ବା ଲାଇନ୍ । ଯାହାକି ଟ୍ରାଫିକ ବ୍ୟବସ୍ଥାକୁ ପ୍ରଭାବିତ କରିଛି । ଅତ୍ୟଧିକ ଯାନବାହନ ଚଳାଚଳ ଓ ବେଆଇନ ପାର୍କିଂ ଯୋଗୁଁ ଅନେକ ରାସ୍ତାରେ ଗାଡ଼ି ଚଳାଚଳ ଧିମେଇ ଯାଇଛି । ଆଶ୍ରମ ଫ୍ଲାଏଓଭର୍, ଧୌଲା କୁଆଁ, ଆଇଟିଓ ଏବଂ ରିଙ୍ଗ୍ ରୋଡ୍ ସଂଯୋଗକାରୀ ମୁଖ୍ୟ ରାସ୍ତାରେ ଲମ୍ବା ଗାଡ଼ି ଲାଇନ୍ ଦେଖିବାକୁ ମିଳିଛି ।
ଅଫିସ୍ରୁ ଫେରୁଥିବା ଲୋକ ଓ ପାର୍ବଣ କିଣାକିଣି ପାଇଁ ବାହାରିଥିବା ଲୋକେ ଘଣ୍ଟା ଘଣ୍ଟା ଧରି ଟ୍ରାଫିକ୍ ଜାମ୍ରେ ଫସି ହଇରାଣ ହେଉଛନ୍ତି । ଗୋଟିଏ ପଟେ ପାର୍ବଣର ଉତ୍ସାହ, ଅନ୍ୟପଟେ ଟ୍ରାଫିକ୍ ଜାମ୍ ଯୋଗୁଁ ଦିଲ୍ଲୀବାସୀଙ୍କ ଯାତାୟାତ କଷ୍ଟକର ହୋଇପଡ଼ିଛି ।ଦିଲ୍ଲୀର ଚାନ୍ଦିନୀ ଚୌକ୍, ସଦର ବଜାର, ସରୋଜିନୀ ନଗର, ଲାଜପତ ନଗର ଓ କରୋଲ ବାଗ୍ ଭଳି ପ୍ରମୁଖ ବ୍ୟବସାୟିକ କେନ୍ଦ୍ରରେ ଲୋକଙ୍କ ଭିଡ଼ ଜମିଛି।




