Breaking Newsଓଡ଼ିଶା

ବିଦ୍ୟୁତ ଟାୱାର ଉପରେ ଚଢିଗଲେ ଯୁବକ।

ବିଦ୍ୟୁତ ଟାୱାର ଉପରେ ଚଢିଗଲେ ଯୁବକ। ୧୩୨ କେଭି ଲାଇନ୍ ଟାୱାର ଉପରେ ଦୁଇ ଯୁବକ ଚଢି ଥିବା ଦେଖିବାକୁ ମିଳିଛି। ଦୁଇ ଯୁବକ ଭୁବନେଶ୍ୱର ସର୍କଲ-୧ ର ପାୱାର କର୍ମଚାରୀ ବୋଲି କୁହାଯାଉଛି। ଭୁବନେଶ୍ୱର ସତ୍ୟବିହାର ବିଦ୍ୟୁତ ଟାୱାର ଉପରେ ଚଢିଗଲେ ୪ ଯୁବକ। ଅନ୍ୟପଟେ ଆଚାର୍ଯ୍ୟବିହାରରେ, ମଧ୍ୟ ଏକ ବିଦ୍ୟୁତ ଟାୱାର ଉପରେ ଚଢିଗଲେ ୨ ଯୁବକ।ତେବେ ବିଦ୍ୟୁତ ଟାୱାର ଉପରେ ଚଢ଼ି ବିଦ୍ୟୁତ କର୍ମଚାରୀମାନେ ପ୍ରତିବାଦ କରୁଥିବା ଜଣାପଡିଛି। ଛଟେଇ ହୋଇଥିବା ବିଦ୍ୟୁତ କର୍ମଚାରୀମାନେ ଏଭଳି ବିପଦପୂର୍ଣ୍ଣ ଅବସ୍ଥାରେ କରୁଛନ୍ତି ପ୍ରତିବାଦ।

ପିପିଲିରୁ ଭୁବନେଶ୍ୱର ପରେ ସାମ୍ନାକୁ ଆସିଛି ସମାନ ଖବର। ପିପିଲି ପୋଲିସ ଓ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ଉପସ୍ଥିତ ଅଛନ୍ତି। ପ୍ରାୟ ଏକ ଘଣ୍ଟା ହେବେ ଟାୱାର ଉପରେ ଅଛନ୍ତି ସେମାନେ। ସେହି ଟାୱାରରୁ ବିଦ୍ୟୁତ କଟାଯାଇଥିବା ସୂଚନା ମିଳିଛି।

Related Articles

Back to top button