ଜୀବନଶୈଳୀ

ଆସୁଛି ନୂଆ ନିୟମ ! ପିଲାଙ୍କ ଫୋନ୍‌ରେ ଲାଗିବ ତାଲା

ପିଲାଙ୍କ ସୋସିଆଲ୍ ମିଡିଆ ବ୍ୟବହାର ଉପରେ ଲାଗିପାରେ କଡ଼ା କଟକଣା! ଆଉ ମନଇଚ୍ଛା ଚଳାଇ ପାରିବେନି ମୋବାଇଲ୍। କେତେ ସମୟ ଫୋନ୍ ବ୍ୟବହାର କରିବେ, କେତେବେଳେ ସୋସିଆଲ୍ ମିଡିଆ ଚଳାଇବେ, ଏପରିକି ସ୍କୁଲ୍ ସମୟରେ ନୋଟିଫିକେସନ୍ ଆସିବ କି ନାହିଁ, ସବୁ ଉପରେ ରହିପାରେ ନିୟନ୍ତ୍ରଣ। କିଶୋରଙ୍କ ସୋସିଆଲ୍ ମିଡିଆ ବ୍ୟବହାରକୁ ସୁରକ୍ଷିତ କରିବାକୁ ନୂଆ ନିୟମ ଆଣିବା ଉପରେ ବିଚାର କରୁଛନ୍ତି କେନ୍ଦ୍ର ସରକାର।

ଏଣିକି ପିଲାଙ୍କ ସୋସିଆଲ୍ ମିଡିଆ ବ୍ୟବହାର ଉପରେ ରହିପାରେ ସରକାରଙ୍କ କଡ଼ା ନଜର। ତେବେ ୧୮ ବର୍ଷରୁ କମ୍ ପିଲାଙ୍କୁ ସିଧାସଳଖ ସୋସିଆଲ୍ ମିଡିଆରୁ ବ୍ୟାନ୍ କରିବା ପରିବର୍ତ୍ତେ ସେମାନଙ୍କ ବ୍ୟବହାରକୁ ନିୟନ୍ତ୍ରିତ ଓ ସୁରକ୍ଷିତ କରିବା ଉପରେ ରହିଛି ଫୋକସ୍। ଏଥିପାଇଁ ସୋସିଆଲ୍ ମିଡିଆ କମ୍ପାନୀଗୁଡ଼ିକୁ ଅଧିକ ଦାୟିତ୍ୱ ଦେବାକୁ ବିଚାର କରାଯାଉଛି। ପ୍ରସ୍ତାବିତ ବ୍ୟବସ୍ଥା ଅନୁସାରେ ଦୈନିକ ସ୍କ୍ରିନ୍ ଟାଇମ୍ ଉପରେ ସୀମା ଲାଗିପାରେ।

ସ୍କୁଲ୍ ସମୟରେ ନୋଟିଫିକେସନ୍ ବନ୍ଦ ରହିପାରେ। ରାତିରେ ସୋସିଆଲ୍ ମିଡିଆ ବ୍ୟବହାର ଉପରେ ମଧ୍ୟ କଟକଣା ଲାଗିପାରେ। ଏହାସହ ଅଭିଭାବକଙ୍କ ନିୟନ୍ତ୍ରଣ ବା ପ୍ୟାରେଣ୍ଟାଲ୍ କଣ୍ଟ୍ରୋଲ୍ ବ୍ୟବସ୍ଥାକୁ ଅଧିକ ଗୁରୁତ୍ୱ ଦିଆଯାଇପାରେ।

Related Articles

Back to top button