
ଭୁବନେଶ୍ୱର ,ଟିଭି ଅଭିନେତ୍ରୀ ଜେନିଫର ୱିଙ୍ଗେଟ୍ ବ୍ରିଟେନରେ, ପରିବାର ଓ ଘନିଷ୍ଠ ଲୋକଙ୍କ ଉପସ୍ଥିତିରେ ,ତାଙ୍କ ଦୀର୍ଘଦିନର ପ୍ରେମିକ ୱିଲିୟମ ଇଶ୍ମାଏଲଙ୍କୁ ବିବାହ କରିଛନ୍ତି ।ଜେନିଫର ସବୁବେଳେ ନିଜ ପ୍ରେମ ସମ୍ପର୍କକୁ ଗୋପନ ରଖିଥିଲେ। ସେଥିପାଇଁ ହଠାତ୍ ବିବାହ ଘୋଷଣା ହେବା ପରେ ଅନେକ ପ୍ରଶଂସକ, ଆଶ୍ଚର୍ଯ୍ୟ ହୋଇଛନ୍ତି।ଜେନିଫର ନିଜ ସୋସିଆଲ ମିଡିଆରେ, ବିବାହର ଏକ ସୁନ୍ଦର ଭିଡିଓ ସେୟାର କରିଛନ୍ତି। ଭିଡିଓରେ ଦୁହେଁ ଚର୍ଚ୍ଚରେ ବିବାହ କରୁଥିବା ଏବଂ ପରେ ପରିବାର ଓ ବନ୍ଧୁମାନଙ୍କ ସହ ଖୁସିର ମୁହୂର୍ତ୍ତ ପାଳନ କରୁଥିବା ଦେଖିବାକୁ ମିଳିଛି।ବିବାହର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ୍ ହେବା ପରେ ପ୍ରଶଂସକ ଏବଂ ଅନେକ ସେଲିବ୍ରିଟି ନବଦମ୍ପତିଙ୍କୁ, ଶୁଭେଚ୍ଛା ଜଣାଉଛନ୍ତି।ୱିଲିୟମ ଇଶ୍ମାଏଲ ସିଙ୍ଗାପୁରରେ, ରହୁଥିବା ଜଣେ ବ୍ୟବସାୟୀ। ସେ MHC ଡିଜିଟାଲ୍ ଗ୍ରୁପରେ ବିଜନେସ୍ ଡେଭେଲପମେଣ୍ଟ ଓ ଟ୍ରେଡିଂ ବିଭାଗର ନିର୍ଦ୍ଦେଶକ, ଭାବେ କାମ କରୁଛନ୍ତି। ସେ ମନୋରଞ୍ଜନ ଜଗତଠାରୁ ଦୂରରେ ରହିବାକୁ ପସନ୍ଦ କରନ୍ତି।




