ମୋବାଇଲ ନ୍ୟୁଜ 24×7 ବ୍ୟୁରୋ; ବାତ୍ୟା ‘ଅକଭାନ୍’ ଦୁର୍ବଳ ହେବା ସହ ଓଡ଼ିଶାର ଗୋପାଳପୁର ନିକଟରେ ସ୍ଥଳଭାଗ ଛୁଇଁଛି । ପବନ ଜନିତ କୌଣସି ବିପଦ ଆଉ ନଥିବା ପାଣିପାଗ ବିଭାଗ ସ୍ପଷ୍ଟ କରିଛି । ସନ୍ଧ୍ୟା ସୁଦ୍ଧା ‘ଅକଭାନ୍’ ଆହୁରି ଦୁର୍ବଳ ହେବ । କିନ୍ତୁ, ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ବାତ୍ୟା ବିପର୍ଯ୍ୟୟ ଟଳି ଯାଇଥିଲେ ମଧ୍ୟ ବିପଦକୁ ଏଡ଼ାଇ ଦେଇ ହେବନାହିଁ । ତେଣୁ ସତର୍କ ରହିବା ଆବଶ୍ୟକ ଅଛି । ଏହାକୁ ଦୃଷ୍ଟିରେ ରଖି ଚଳିତ ବିଧାନ ସଭାର ଶୀତ ଅଧିବେଶନକୁ ଗୋଟିଏ ଦିନ ପାଇଁ ବନ୍ଦ ରଖାଯାଇଛି । ଏ ନେଇ ପାଳଲହଡ଼ା ବିଧାୟକ ଅଶୋକ ମହାନ୍ତି ସୂଚନା ଦେଇଛନ୍ତି । ସର୍ବଦଳୀୟ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି । ଏହି ସମୟରେ ବାତ୍ୟା ଦ୍ୱାରା ପ୍ରଭାବିତ ବା ପ୍ରଭାବିତ ହେବାକୁ ଥିବା ଅଞ୍ଚଳକୁ ସ୍ଥାନୀୟ ବିଧାୟକମାନେ ଗସ୍ତ କରିଛନ୍ତି । ୨୦୨୬ ନଭେମ୍ବର ୨୩ ଠାରୁ ପୁନର୍ବାର ଶୀତକାଳୀନ ଅଧିବେଶନର ଅବଶିଷ୍ଟ କାର୍ଯ୍ୟ ଆରମ୍ଭ ହେବ ।
Related Articles
Check Also
Close
-
୧୫ ଡିଗ୍ରୀ ତଳେ କଟକ ଓ ଭୁବନେଶ୍ବରNovember 15, 2025




