
ମୋବାଇଲ ନ୍ୟୁଜ 24×7 ବ୍ୟୁରୋ; ପଲ୍ୟୁସନ ଅଣ୍ଡର କଣ୍ଟ୍ରୋଲ ସାର୍ଟିଫିକେଟ ବା PUCC ନିୟମରେ ପରିବର୍ତ୍ତନ ଆଣିଛନ୍ତି କେନ୍ଦ୍ର ସରକାର । କେନ୍ଦ୍ରୀୟ ମୋଟର ଯାନ ନିୟମ ୧୯୮୯ ଅନ୍ତର୍ଗତ ଧାରା ୧୧୫ର ଉପଧାରା (୭) ଅନୁଯାୟୀ PUC ନବୀକରଣ ନିୟମ ସଂଶୋଧନ କରାଯାଇଛି । ନୂଆ ନିୟମ ଅନୁଯାୟୀ, BS-I, BS-II, ଏବଂ BS-III ଯାନଗୁଡ଼ିକ ପାଇଁ ୩ ମାସ ଏବଂ BS-IV ଯାନଗୁଡ଼ିକ ପାଇଁ ୬ ମାସ ନବୀକରଣ ଅବଧି ରଖାଯାଇଛି । ସେହିପରି BS-VI ବ୍ୟକ୍ତିଗତ ଯାନଗୁଡ଼ିକ ୬ ବର୍ଷ ପର୍ଯ୍ୟନ୍ତ ପୁରୁଣା ହୋଇଥିଲେ ୩ ବର୍ଷରେ ନବୀକରଣ କରାଯିବ । ଅନ୍ୟପଟେ ୬ ବର୍ଷରୁ ୧୦ ବର୍ଷ ମଧ୍ୟରେ ପୁରୁଣା ଗାଡ଼ି ପାଇଁ ୧ ବର୍ଷ ଏବଂ ୧୦ ବର୍ଷରୁ ଅଧିକ ପୁରୁଣା ଗାଡ଼ି ପାଇଁ ପ୍ରତି ୬ ମାସରେ ଥରେ ଆବଶ୍ୟକ ହେବ ପିୟୁସିସି ନବୀକରଣ ।
ସେହିଭଳି BS-VI ପରିବହନ ଯାନଗୁଡ଼ିକ ୬ ବର୍ଷ ମଧ୍ୟରେ ପୁରୁଣା ହୋଇଥିଲେ ୨ ବର୍ଷରେ ଥରେ ପିୟୁସି ପ୍ରମାଣପତ୍ର ନବୀକରଣ କରାଯିବ । ଏଥିସହିତ ୬ ବର୍ଷରୁ ୧୦ ବର୍ଷ ମଧ୍ୟରେ ପରୁଣା ଗାଡ଼ି ପାଇଁ ୧ ବର୍ଷ ଏବଂ ୧୦ ବର୍ଷରୁ ଅଧିକ ପୁରୁଣା ପରିବହନ ଗାଡ଼ିଗୁଡ଼ିକ ନିମନ୍ତେ ପ୍ରତି ୬ ମାସରେ ପିୟୁସିସି ନବୀକରଣ କରିବାକୁ ପଡ଼ିବ । କେନ୍ଦ୍ର ପରିବହନ ମନ୍ତ୍ରାଳୟ ପକ୍ଷରୁ ୨୦୨୬ ନଭେମ୍ବର ୧୯ରେ ସରକାରୀ ଗେଜେଟ୍ରେ ଏହା ପ୍ରକାଶ ପାଇଛି ।




