ଅନ୍ୟାନ୍ୟଜୀବନଶୈଳୀ

ଆଜି ରାଶି ମାନଙ୍କ ପାଇଁ ଭିନ୍ନ ଭିନ୍ନ ସଙ୍କେତ

ଭୁବନେଶ୍ୱର, ଆଜି ହେଉଛି କାର୍ତ୍ତିକ ଶୁକ୍ଳ ପକ୍ଷର ଦଶମୀ ତିଥି ଏବଂ ଗୁରୁବାର। ଦଶମୀ ତିଥି ଆସନ୍ତାକାଲି ସକାଳ ୭:୧୬ ମିନିଟ୍ ପର୍ଯ୍ୟନ୍ତ ରହିବ। ଗ୍ରହ-ନକ୍ଷତ୍ରମାନଙ୍କର ଏହି ସ୍ଥିତି ସମସ୍ତ ୧୨ଟି ରାଶି ପାଇଁ ଭିନ୍ନ ଭିନ୍ନ ସଙ୍କେତ ଦେଉଛି।

ମେଷ ରାଶି….ଆଜି ନିଜ କାମ ପାଇଁ ଆପଣଙ୍କ ମନରେ ଏକ ନୂତନ ଚିନ୍ତା ଆସିପାରେ । କିନ୍ତୁ ଦିନ ସରିବା ବେଳକୁ ଆପଣଙ୍କ କାମ ସମ୍ପୂର୍ଣ୍ଣ ହୋଇପାରିନାହିଁ ବୋଲି ଅନୁଭବ ହୋଇପାରେ, ଯାହାଫଳରେ କିଛି ଚାପ ଦେଖାଦେଇପାରେ। ତେଣୁ ଆଜି କୌଣସି କାମ ଆରମ୍ଭ କରିବା ପୂର୍ବରୁ ତାହାର ଏକ ସ୍ପଷ୍ଟ ରୂପରେଖା ପ୍ରସ୍ତୁତ କରନ୍ତୁ।

ବୃଷ ରାଶି…. ପୂର୍ବାପେକ୍ଷା ଆଜିର ଦିନଟି ବେଶ୍ ଭଲ ରହିବ ଏବଂ କୌଣସି ଜରୁରୀ କାମରେ ସଫଳତା ମିଳିପାରେ। ଗଣମାଧ୍ୟମ ବା ମିଡିଆ କ୍ଷେତ୍ରରେ କାର୍ଯ୍ୟରତ ବ୍ୟକ୍ତିମାନଙ୍କ ପାଇଁ ଦିନଟି ଉତ୍ତମ ରହିବ।

ମିଥୁନ ରାଶି….  ସତର୍କତାର ସହ ନିଜ କାମ କରନ୍ତୁ ଏବଂ କୌଣସି ସାମାଜିକ କାର୍ଯ୍ୟରେ ସହଯୋଗ କରିପାରନ୍ତି। ସଠିକ୍ ଦିଗରେ ପରିଶ୍ରମ କଲେ ସଫଳତା ନିଶ୍ଚୟ ମିଳିବ। ଛାତ୍ରଛାତ୍ରୀମାନେ ଖୁସି ଖବର ପାଇପାରନ୍ତି ଏବଂ ପାଠପଢ଼ାରେ ଆଗ୍ରହ ବଢ଼ିବ।

କର୍କଟ ରାଶି…. ଆଜି ଆପଣଙ୍କର ଭାବିଥିବା ସମସ୍ତ କାମ ସଫଳତାର ସହ ସମ୍ପୂର୍ଣ୍ଣ ହେବ ଏବଂ ଦିନଟି ବେଶ୍ ଅନୁକୂଳ ରହିବ। ଅନେକ କ୍ଷେତ୍ରରୁ ଆଜି ଆପଣଙ୍କୁ ଲାଭ ମିଳିବାର ସମ୍ଭାବନା ରହିଛି।

ସିଂହ ରାଶି…. କୌଣସି ଅଧୁରା କାମକୁ ଆଜି ଆରମ୍ଭ କଲେ ତାହା ଶୀଘ୍ର ସମ୍ପୂର୍ଣ୍ଣ ହୋଇପାରେ। ଆପଣ ଆତ୍ମବିଶ୍ୱାସରେ ଭରପୂର ରହିବେ ଏବଂ କାର୍ଯ୍ୟକ୍ଷେତ୍ରରେ ଆଗକୁ ବଢ଼ିବାର ନୂତନ ସୁଯୋଗ ପାଇପାରନ୍ତି। ଆଜିର ଦିନଟି ଆପଣଙ୍କ ପାଇଁ ବେଶ୍ ଭଲ ରହିବ।

କନ୍ୟା ରାଶି…. ବ୍ୟବସାୟିକ କାର୍ଯ୍ୟରେ ଦୂରଯାତ୍ରା କରିବାକୁ ପଡ଼ିପାରେ। କାହା ସହିତ କଥାବାର୍ତ୍ତା କରିବାବେଳେ ନମ୍ର ବ୍ୟବହାର ବଜାୟ ରଖନ୍ତୁ, ଯାହାଫଳରେ ଲୋକଙ୍କ ଉପରେ ଭଲ ପ୍ରଭାବ ପଡ଼ିବ।

ତୁଳା ରାଶି…. ମାତାପିତାଙ୍କ ସହଯୋଗରେ ବ୍ୟବସାୟରେ ଅଭିବୃଦ୍ଧି ଘଟିବ ଏବଂ ଆର୍ଥିକ ସ୍ଥିତି ସୁଦୃଢ଼ ହେବ। କିଛି ମନୋରଞ୍ଜନମୂଳକ କାର୍ଯ୍ୟରେ ଭାଗ ନେବାର ସୁଯୋଗ ମିଳିବ ଏବଂ ପିଲାମାନେ ଆପଣଙ୍କ ସହିତ ଖେଳିବାକୁ ଜିଦ୍ କରିପାରନ୍ତି।

ବିଛା ରାଶି…. ବ୍ୟବସାୟ କ୍ଷେତ୍ରରେ ଶୁଭ ସମାଚାର ମିଳିବାର ସମ୍ଭାବନା ରହିଛି। ପୁରୁଣା ବନ୍ଧୁଙ୍କ ସହିତ ଭେଟ ହୋଇପାରେ ଏବଂ ଜୀବନସାଥୀଙ୍କ ସହିତ ବାହାରକୁ ବୁଲିବାକୁ ଯିବାର ଯୋଜନା ବନିପାରେ। ନିଜ ଲକ୍ଷ୍ୟ ଉପରେ ଧ୍ୟାନ କେନ୍ଦ୍ରିତ ରଖନ୍ତୁ।

ଧନୁ ରାଶି….  ମାତାପିତା ଆପଣଙ୍କ ପରିଶ୍ରମରେ ଖୁସି ହେବେ ଏବଂ ସବୁ କାମରେ ସାଥ୍ ଦେବେ।ଜୀବନସାଥୀଙ୍କ ସହିତ କୌଣସି ଧାର୍ମିକ ସ୍ଥାନକୁ ଯାତ୍ରା କରିପାରନ୍ତି, ଯାହାଦ୍ୱାରା ସମ୍ପର୍କ ଅଧିକ ଦୃଢ଼ ହେବ। ଆର୍ଥିକ ସ୍ଥିତି ମଜବୁତ ରହିବ।

ମକର ରାଶି….କାମରେ ଜୀବନସାଥୀଙ୍କ ପରାମର୍ଶ ଲାଭଦାୟକ ହୋଇପାରେ। ଆର୍ଥିକ କାରବାରରେ ବୁଝିବିଚାରି ନିଷ୍ପତ୍ତି ନିଅନ୍ତୁ। ବ୍ୟବସାୟରେ ନୂତନ ଯୋଜନା କାର୍ଯ୍ୟକାରୀ କଲେ ଫାଇଦା ମିଳିପାରେ। ମାତାପିତାଙ୍କ ସ୍ୱାସ୍ଥ୍ୟରେ ଉନ୍ନତି ଦେଖାଦେବ।

କୁମ୍ଭ ରାଶି ….ଆଜି ଆପଣଙ୍କ  ଆର୍ଥିକ ସ୍ଥିତି ସଶକ୍ତ ରହିବ ଏବଂ ବ୍ୟବସାୟରେ ଆର୍ଥିକ ଲାଭ ହେବ। ଏପରି ଜଣେ ବ୍ୟକ୍ତିଙ୍କ ସହିତ ସାକ୍ଷାତ ହୋଇପାରେ, ଯିଏ ଭବିଷ୍ୟତରେ ବଡ଼ ଲାଭ ଦେଇପାରନ୍ତି।

ମୀନ ରାଶି….  ନିଜ ଜୀବନକୁ ଆହୁରି ଉନ୍ନତ କରିବା ପାଇଁ, ଭଲ ସୁଯୋଗ ମିଳିପାରେ। ସନ୍ତାନଙ୍କଠାରୁ ଖୁସି ଖବର ମିଳିପାରେ। ଘରର କୌଣସି କାର୍ଯ୍ୟକୁ ନେଇ ବଡ଼ ନିଷ୍ପତ୍ତି, ନେଇପାରନ୍ତି ଏବଂ ପରିବାରରେ ଶାନ୍ତି ବଜାୟ ରହିବ।

Related Articles

Back to top button