Breaking Newsଅପରାଧଓଡ଼ିଶା

ରାତି ଅଧରେ ଗର୍ଜିଲା ବନ୍ଧୁକ । ଚାଲିଗଲା ଜଣଙ୍କ ଜୀବନ

ପୁଣି ଅଶାନ୍ତ ରାଜଧାନୀ ଭୁବନେଶ୍ୱର । ରାତି ଅଧରେ ଗର୍ଜିଲା ବନ୍ଧୁକ । ଦୁଇ ଗୋଷ୍ଠୀଙ୍କ ମଧ୍ୟରେ ଗୁଳିକାଣ୍ଡରେ ଚାଲିଗଲା ଜଣଙ୍କ ଜୀବନ। ମୃତକ ହେଉଛନ୍ତି ତପନ ନାହାକ। ଲିଙ୍ଗରାଜ ଥାନା ଅଞ୍ଚଳର ମାଉସୀମା ଛକ ଓଭରବ୍ରିଜ୍ ଉପରେ ଘଟିଛି ଏହି ରକ୍ତାକ୍ତ ଘଟଣା।

ସୂଚନା ଅନୁସାରେ ଦୁଇ ଗୋଷ୍ଠୀଙ୍କ ମଧ୍ୟରେ କୌଣସି କାରଣକୁ ନେଇ ଉତ୍ତେଜନା ପରେ ଗୁଳିକାଣ୍ଡ ଘଟିଥିଲା। ଗୁଳିମାଡ଼ରେ ଗୁରୁତର ହୋଇପଡ଼ିଥିଲେ ତପନ ନାହକ। ତାଙ୍କୁ ପ୍ରଥମେ କ୍ୟାପିଟାଲ ହସ୍ପିଟାଲ ନିଆଯାଇଥିଲା। ପରେ ଏକ ଘରୋଇ ହସ୍ପିଟାଲକୁ ନେବା ବାଟରେ ତାଙ୍କର ମୃତ୍ୟୁ ହୋଇଛି। ଘଟଣା ପରେ ମାଉସୀମା ଛକ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳିଯାଇଛି।

ଖବର ପାଇ ଘଟଣାସ୍ଥଳରେ ପହଞ୍ଚିଥିଲା ଲିଙ୍ଗରାଜ ଥାନା ପୋଲିସ। ଡିସିପି ସରବଣା ବିବେକ୍ ଏମ୍ ମଧ୍ୟ ଘଟଣାସ୍ଥଳରେ ପହଞ୍ଚି ଛାନଭିନ୍ କରିଛନ୍ତି । ଗୁଳିକାଣ୍ଡର କାରଣ କ’ଣ ? କେଉଁମାନେ ଏହି ଘଟଣାରେ ସାମିଲ ଥିଲେ ? ପୂର୍ବ ଶତ୍ରୁତା ନା ଅନ୍ୟ କୌଣସି କାରଣ ? ଏସବୁ ଦିଗକୁ ନେଇ ପୋଲିସ ତଦନ୍ତ ଜାରି ରଖିଛି।

Related Articles

Back to top button