ଓଡ଼ିଶାବନ୍ୟା

ବନ୍ୟା ପାଣିରେ ଭାସିଲାଣି ପୁରୀ ଜିଲ୍ଲା

ବନ୍ୟା ପାଣିରେ ଭାସିଲାଣି ସାରା ଓଡିଶା | ମହାନଦୀରେ ଛୋଟ ବନ୍ୟା ଆସିଛି | ଆଉ ଏହାର ଶାଖାନଦୀଗୁଡିକ ବି ଫୁଲିଲାଣି | ପୁରୀ ଜିଲ୍ଲାର ତଳିଆ ଅଞ୍ଚଳପଶୁଛି ବନ୍ୟାପାଣି । ଚାଷ ଜମିରେ ବେକ ଉଚ୍ଚର ପାଣି ଲହଡ଼ି ଭାଙ୍ଗୁଥିବା ବେଳେ ଏବେ ଜମିରେ ଡଙ୍ଗା ଚଳାଚଳ କରୁଛି । କଣାସରେ ଦୟା, ରାଜୁଆ ଓ ମକରା ନଦୀର ଜଳସ୍ତର ବଢ଼ିବା ପରେ ଚିନ୍ତାରେ ଚାଷୀ ଓ ନଦୀକୂଳିଆ ଲୋକେ । ମହାନଦୀରେ ବନ୍ୟାଜଳ ପ୍ରବାହିତ ହେବା ପରେ ଏବେ ଧୀରେ ଧୀରେ ଫୁଲୁଛି ଦୟା, ରାଜୁଆ ଓ ମକରା ନଦୀ ।

ଚଳିତ ବର୍ଷ ପିପିଲି, ଡେଲାଙ୍ଗ ଓ କଣାସ ଅଞ୍ଚଳବାସୀ ଦୁଇ ଦୁଇ ଥର ବନ୍ୟାର ସାମ୍ନା କରିସାରିଲେଣି । ପୂର୍ବ ବନ୍ୟାରେ କଣାସର ୫ଟି ପଞ୍ଚାୟତର ୨୦ରୁ ଅଧିକ ଗାଁ ପ୍ରଭାବିତ ହୋଇଥିଲା । ବନ୍ୟାପାଣିରେ ବୁଡ଼ି ଯାଇଥିଲା ଏକର ଏକର ଚାଷ ଜମି । ବର୍ଷକର ପରିଶ୍ରମ ଓ ଫସଲ ହରାଇଥିଲେ ହଜାର ହଜାର ଚାଷୀ ।ଏବେ ପୁଣି ଥରେ ବନ୍ୟା ଆଶଙ୍କା ବଢ଼ିବାରୁ ଚାଷୀଙ୍କ ଚିନ୍ତା ବଢ଼ିଛି । ଗୋଟିଏ ପଟେ ନଦୀରେ ବଢ଼ୁଛି ଜଳସ୍ତର, ଅନ୍ୟପଟେ ଚାଷ ଜମିରେ ଜମୁଛି ବନ୍ୟାପାଣି । ଆଗକୁ ପାଣି ଆହୁରି ବଢ଼ିଲେ ସ୍ଥିତି କଣ ହେବ, ସେନେଇ ଆତଙ୍କରେ ଅଛନ୍ତି ନଦୀକୂଳିଆ ବାସିନ୍ଦା ।

Related Articles

Back to top button