Breaking Newsଅପରାଧ

ହତ୍ୟା ପରେ ପୋଡ଼ିଦେଲେ । ଗାଡ଼କଣ ଅଞ୍ଚଳରେ ଚାଞ୍ଚଲ୍ୟ

ରାଜଧାନୀରେ ବଢିଚାଲିଛି ଆତଙ୍କରାଜ । ହତ୍ୟା କରିବା ପରେ ମୃତଦେହକୁ ପୋଡ଼ିଦେଲେ ଦୁର୍ବୃତ୍ତ ! ଭୁବନେଶ୍ୱର ଗାଡ଼କଣସ୍ଥିତ କେଳୁଚରଣ ପାର୍କ ନିକଟରୁ ମିଳିଛି ଏହି ମୃତଦେହ । ମୃତଦେହଟି ଗଳିତ ହୋଇଯାଇଥିବା ବେଳେ ଏହାର କିଛି ଅଂଶ ପୋଡ଼ିଯାଇଥିବା ଜଣାପଡ଼ିଛି । ମୃତକଙ୍କୁ ପ୍ରଥମେ ହତ୍ୟା କରାଯାଇ ଏହାପରେ ଚିହ୍ନଟ ଓ ପ୍ରମାଣ ନଷ୍ଟ କରିବା ଉଦ୍ଦେଶ୍ୟରେ ପୋଡ଼ି ଦିଆଯାଇଥିବା ଆଶଙ୍କା କରାଯାଉଛି ।

ଘଟଣାକୁ ନେଇ ଗାଡ଼କଣ ଅଞ୍ଚଳରେ ଖେଳିଯାଇଛି ଆତଙ୍କ । ତେବେ ମୃତଦେହଟି କିଛି ଦିନ ଧରି ସେଠାରେ ପଡ଼ି ରହିଥିବା ସନ୍ଦେହ କରାଯାଉଛି । ଏହି ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ଖେଳିଯାଇଛି । ଏପରିକି ଜନଗହଳିପୂର୍ଣ୍ଣ ରାଜଧାନୀରେ ଏଭଳି ଜଘନ୍ୟ ଘଟଣା କିପରି ଘଟିଲା, ତାକୁ ନେଇ ଉଠିଛି ପ୍ରଶ୍ନ ।

Related Articles

Back to top button