Uncategorized

୯୨% ରେକର୍ଡ ମତଦାନ, ପଶ୍ଚିମବଙ୍ଗରେ

ଭୁବନେଶ୍ୱର,ବୁଧବାର ପଶ୍ଚିମବଙ୍ଗ ଦ୍ବିତୀୟ ଭୋଟ ଗ୍ରହଣ, ଶେଷ ହୋଇଛି। ଏହି ପର୍ଯ୍ୟାୟରେ ୯୧.୬୬% ମତଦାନ ହୋଇଛି। ଦ୍ବିତୀୟ ପର୍ଯ୍ୟାୟରେ ୧୪୨ଟି ଆସନ ପାଇଁ ଭୋଟ ଗ୍ରହଣ ହୋଇଛି। ଏହି ପର୍ଯ୍ୟାୟରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ, ବିଜେପିର ବରିଷ୍ଠ ନେତା ଶୁଭେନ୍ଦୁ ଅଧିକାରୀଙ୍କ ସମେତ ମୋଟ ୧୪୪୮ ଜଣ ପ୍ରାର୍ଥୀ ପ୍ରତିଦ୍ବନ୍ଦ୍ବିତା କରୁଥିବାବେଳେ,ସେମାନଙ୍କ ଭାଗ୍ୟ ଇଭିଏମ୍‌ରେ ସିଲ୍‌ ହୋଇଛି।ଦୁଇଟି ପର୍ଯ୍ୟାୟର ସାମଗ୍ରୀକ ମତଦାନ ହାର ୯୨.୪୭% ରହିଥିବା ଭାରତର ନିର୍ବାଚନ ଆୟୋଗଙ୍କ, ପକ୍ଷରୁ କୁହାଯାଇଛି। ଭୋଟ ଗ୍ରହଣ ସମୟରେ କେତେକ ବୁଥରେ, ଇଭିଏମ୍‌ରେ ହେରଫେର ନେଇ ଅଭିଯୋଗ ହୋଇଥିବାବେଳେ ସେହି ସ୍ଥାନରେ ଆବଶ୍ୟକ ତଦନ୍ତ ପରେ ପୁନଃ ମତଦାନ କରାଯିବ ବୋଲି ରାଜ୍ୟର ମୁଖ୍ୟ ନିର୍ବାଚନ ଅଧିକାରୀ ମନୋଜ ଅଗ୍ରୱାଲ କହିଛନ୍ତି। ଆଜିର ଦ୍ବିତୀୟ ପର୍ଯ୍ୟାୟ, ଭୋଟ ଗ୍ରହଣ ସମୟରେ ବିଭିନ୍ନ ସ୍ଥାନରେ, ହିଂସାକାଣ୍ଡ ଘଟିଥିବା ଜଣାଯାଇଛି। ଉତ୍ତର ୨୪ ପ୍ରଗଣା ଜିଲାର ବୁଥ ନମ୍ବର ୧୨୦ରେ ଶାସକ ଟିଏମସି ଓ ବିଜେପି ସମର୍ଥକଙ୍କ ମଧ୍ୟରେ ସଂଘର୍ଷ ହୋଇଛି। ସେହିପରି ଭବାନୀପୁର, ହୁଗୁଳି ସମେତ ଅନ୍ୟ କେତେକ ସ୍ଥାନରେ ବିଜେପି ଓ ଟିଏମସି କର୍ମୀଙ୍କ ମଧ୍ୟରେ ସଂଘର୍ଷ ବେଳେ ପୁଲିସ ଲାଠିମାଡ କରିଥିଲା। ଛପରା, ଶାନ୍ତିପୁର, ନିମତଲା, ଭାଙ୍ଗର ଆଦି ସ୍ଥାନରେ ହିଂସାକାଣ୍ଡ ଘଟିଥିବା ରାଜ୍ୟ ପୁଲିସ ପକ୍ଷରୁ କୁହାଯାଇଛି।

Related Articles

Back to top button