Uncategorizedଓଡ଼ିଶାଜାତୀୟନିର୍ବାଚନରାଜନୀତି
ପଶ୍ଚିମ ବଙ୍ଗରେ ନେତା ବାଛିବେ ଶାହ-ମୋହନ
ମୋବାଇଲ ନ୍ୟୁଜ 24×7 ବ୍ୟୁରୋ; ପଶ୍ଚିମ ବଙ୍ଗରେ ବଡ଼ ବିଜୟ ପରେ ସରକାର ଗଢ଼ିବା ପାଇଁ ପ୍ରକ୍ରିୟା ଆରମ୍ଭ କରିଛି ଭାରତୀୟ ଜନତା ପାର୍ଟି । ମୁଖ୍ୟମନ୍ତ୍ରୀ, ମନ୍ତ୍ରିମଣ୍ଡଳ ଏବଂ ବିଧାୟକ ଦଳ ନେତା କିଏ ହେବେ ତାହା ଉପରେ ଏବେ ସମସ୍ତଙ୍କ ନଜର ରହିଛି । ଏହା ଭିତରେ ବିଜେପିର ସଂସଦୀୟ ବୋର୍ଡ ଅମିତ ଶାହ ଏବଂ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ଗୁରୁ ଦାୟିତ୍ୱ ଦେଇଛି । ଶାହଙ୍କୁ କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ଏବଂ ମୋହନଙ୍କୁ ସହ ପର୍ଯ୍ୟବେକ୍ଷକ ଭାବେ ଦାୟିତ୍ୱ ପାଇଛନ୍ତି । ଏ ନେଇ ବିଜେପି ବିଜ୍ଞପ୍ତି ପ୍ରକାଶ କରିଛି ।

ସାଧାରଣତଃ ବିଜେପି ମୁଖ୍ୟମନ୍ତ୍ରୀ ଚେହେରା ଘୋଷଣା ନକରି ନରେନ୍ଦ୍ର ମୋଦୀଙ୍କ ଚେହେରାରେ ନିର୍ବାଚନ ଲଢ଼ିଥାଏ । ତେଣୁ ପଶ୍ଚିମ ବଙ୍ଗରେ କିଏ ମୁଖ୍ୟମନ୍ତ୍ରୀ ହେଉଛନ୍ତି ତାହା ଉପରେ ନଜର ରହିଛି । ଶାହ-ମୋହନ ବିଧାୟକ ଦଳ ନେତା ବାଛିବାରେ ପ୍ରମୁଖ ଭୂମିକା ନିର୍ବାହ କରିବେ ।





