Breaking Newsରାଜନୀତି
ବାଚସ୍ପତିଙ୍କ ଅଧ୍ୟକ୍ଷତାରେ ବୈଠକ । ବିଜେପି, ବିଜେଡି ଓ କଂଗ୍ରେସ ସାମିଲ

ମୋବାଇଲ ନ୍ୟୁଜ 24×7 :: ଆଜି ବସିବ ସର୍ବଦଳୀୟ ବୈଠକ । ଶୀତ ଅଧିବେଶନ ପୂର୍ବରୁ ଗୃହରେ ଦେଖିବାକୁ ମିଳିବ ତାତି । ବିଧାନସଭାରେ ଗୃହକାର୍ଯ୍ୟ କେମିତି ସୁରୁଖୁରୁରେ ପରିଚାଳନା ହେବ ଏ ନେଇ ବାଚସ୍ପତିଙ୍କ ଅଧ୍ୟକ୍ଷତାରେ ସକାଳ ୧୧ଟାରେ ବସିବ ବୈଠକ। ଏଥିରେ ବିଜେପି, ବିଜେଡି ଓ କଂଗ୍ରେସର ନେତା ସାମିଲ ହେବେ।ମୁଖ୍ୟମନ୍ତ୍ରୀ, ଉପମୁଖ୍ୟମନ୍ତ୍ରୀ, ସଂସଦୀୟ ବ୍ୟାପାର ମନ୍ତ୍ରୀ ଏବଂ ସରକାରୀ ଦଳର ମୁଖ୍ୟ ସଚେତକଙ୍କ ସହ ବିରୋଧୀ ଦଳର ବିଧାୟକମାନେ ଯୋଗଦେବେ।
ଅଧିବେଶନକୁ କିଭଳି ଶୃଙ୍ଖଳିତ ଓ ସୁରୁଖୁରୁରେ ଚଳାଯିବ, ସେନେଇ ଶାସକ ଓ ବିରୋଧୀଙ୍କ ସହଯୋଗ ଲୋଡ଼ିବେ ବାଚସ୍ପତି। ଏଥିସହ ଗୁରୁତ୍ୱପୂର୍ଣ୍ଣ ଜନସ୍ୱାର୍ଥ ପ୍ରସଙ୍ଗ ଉପରେ ଆଲୋଚନା ପାଇଁ ରହିବ ଫୋକସ୍। ଅନ୍ୟପଟେ ଅଧିବେଶନରେ ନିଜ ନିଜର ରଣନୀତି ପ୍ରସ୍ତୁତି ପାଇଁ ଆଜି ବସିବ ବିଭିନ୍ନ ଦଳର ବିଧାୟକ ଦଳ ବୈଠକ।




