
ଭୁବନେଶ୍ୱର , ଗୁରୁବାର ସଂସଦର ମୌସୁମି ଅଧିବେଶନର ଶେଷ ଦିନରେ, ଏହି ଐତିହାସିକ ଘଟଣା ଦେଖିବାକୁ ମିଳିଛି।
ପ୍ରଥମ ଥର ପାଇଁ, ରାଷ୍ଟ୍ର ଗୀତ ‘ବନ୍ଦେ ମାତରମ୍’ ଗାନ ସହ ଲୋକସଭାର କାର୍ଯ୍ୟକାଳ, ଆରମ୍ଭ ହୋଇଛି।
ଏହି ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା, ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କ ସମେତ ଗୃହର ସମସ୍ତ ସାଂସଦ ଉପସ୍ଥିତ ଥିଲେ।
ନିକଟରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ରାଷ୍ଟ୍ର ଗୀତକୁ ଆଇନଗତ ସୁରକ୍ଷା ଦେଉଥିବା ବିଲ୍କୁ, ଅନୁମୋଦନ କରିବା ପରେ ଏହି ନିୟମ ଲାଗୁ ହୋଇଛି।
ବନ୍ଦେ ମାତରମ୍ ଗାନ ହେବା ପରେ ହିଁ ବାଚସ୍ପତି ଓମ୍ ବିର୍ଲା ,ଲୋକସଭାକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ, ମୁଲତବୀ ଘୋଷଣା କରିଥିଲେ।
ଲୋକସଭା ଗୃହ କାର୍ଯ୍ୟ ପ୍ରାରମ୍ଭରେ, ବନ୍ଦେ ମାତରମ୍ର ସମସ୍ତ ୬ଟି ପଙ୍କ୍ତି ଗାନ କରାଯାଇଥିଲା।




