ଅନ୍ୟାନ୍ୟଦୁର୍ଘଟଣା

ବଡ଼ ଦୁର୍ଘଟଣାରୁ ବସଟି ଅଳ୍ପକେ ବର୍ତ୍ତିଯାଇଛି।

ଭୁବନେଶ୍ୱର,ବସରେ ଥିଲେ ୧୦୦ରୁ ଅଧିକ ଯାତ୍ରୀ। ବସଟି କେନ୍ଦୁଝରରୁ କୋଲକାତା, ଯାଉଥିଲା।ମୟୂରଭଞ୍ଜ ବାଙ୍ଗିରିପୋଷି ଘାଟିରୁ ଖସିଲା ବସ। ବ୍ରେକ୍ ଫେଲ୍ ହୋଇଯିବାରୁ ଘାଟିରୁ ପାହାଡ଼ ତଳକୁ ଗଡ଼ି ଆସିଲା ଏକ ଯାତ୍ରୀବାହୀ ବସ୍।

ଘାଟି ତଳକୁ ଆସି ଏକ ପଥରରେ, ଧକ୍କା ହୋଇଥିଲା ବସ। ତେବେ ବଡ଼ ଦୁର୍ଘଟଣାରୁ ବସଟି ଅଳ୍ପକେ ବର୍ତ୍ତିଯାଇଛି।

ଯାତ୍ରୀଙ୍କୁ, ଉଦ୍ଧାର କରି ଡାକ୍ତରଖାନାରେ, ଭର୍ତ୍ତି କରାଯାଇଛି। ବସରେ ମୁର୍ଶିଦାବାଦ ଅଂଚଳର ଶହେରୁ ଅଧିକ ଲୋକ ଥିଲେ।

ପଶ୍ଚିମବଙ୍ଗରେ ନିର୍ବାଚନ ଥିବାରୁ, ସେମାନେ ନିଜ ନିଜ ଘରକୁ ଫେରୁଥିଲେ।

ପାଞ୍ଚରୁ ଛଅ ଜଣ ସାମାନ୍ୟ ଆହତ ହୋଇଛନ୍ତି। ସେମାନଙ୍କୁ ବାଙ୍ଗିରିପୋଷି ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ଘଟଣାସ୍ଥଳରେ, ଦମକଳବାହିନୀ ଓ ପୋଲିସ ପହଞ୍ଚି ଲୋକଙ୍କୁ ଉଦ୍ଧାର କରିଛନ୍ତି।

Related Articles

Back to top button