ଓଡ଼ିଶା
ଆମ୍ବୁଲାନ୍ସକୁ ଘୋଷାଡ଼ି ନେଲା ଗାଡି

ମୋବାଇଲ ନ୍ୟୁଜ 24×7 : ନାଲକୋ ଛକରେ ଭୟଙ୍କର ଦୁର୍ଘଟଣା । ଆମ୍ବୁଲାନ୍ସକୁ ଘୋଷାଡ଼ି ନେଲା ଗାଡି । ଭୁବନେଶ୍ୱର ନାଲକୋ ଛକରେ ବିଳମ୍ବିତ ରାତିରେ ଦୁର୍ଘଟଣା । ଏକ ଘରୋଇ ଆମ୍ବୁଲାନ୍ସକୁ ଧକ୍କା ଦେଲା ୧୦ ଚକିଆ ସିମେଣ୍ଟ ମିକ୍ସର ଗାଡ଼ି । ଧକ୍କା ଦେବା ପରେ ଆମ୍ବୁଲାନ୍ସକୁ ପ୍ରାୟ ୫୦ ମିଟର ଘୋଷାଡ଼ି ନେଇଥିଲା ଗାଡ଼ିଟି । ଏହି ଦୁର୍ଘଟଣାରେ ଆମ୍ବୁଲାନ୍ସ ଡ୍ରାଇଭର ଆହତ ହୋଇଛନ୍ତି ।
ତେବେ ସୌଭାଗ୍ୟବଶତଃ ଦୁର୍ଘଟଣା ସମୟରେ ଆମ୍ବୁଲାନ୍ସରେ କୌଣସି ରୋଗୀ ନଥିଲେ । ଖବର ପାଇ ମୈତ୍ରୀ ବିହାର ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛି । ଦୁର୍ଘଟଣା ଘଟାଇଥିବା ମିକ୍ସର ଗାଡ଼ିର ଡ୍ରାଇଭରଙ୍କୁ ଅଟକ ରଖି ପଚରାଉଚରା ଚଳାଇଛି ପୋଲିସ ।




