Breaking Newsରାଜନୀତି

ବାଚସ୍ପତିଙ୍କ ଅଧ୍ୟକ୍ଷତାରେ ବୈଠକ । ବିଜେପି, ବିଜେଡି ଓ କଂଗ୍ରେସ ସାମିଲ

ମୋବାଇଲ ନ୍ୟୁଜ 24×7 :: ଆଜି ବସିବ ସର୍ବଦଳୀୟ ବୈଠକ ।  ଶୀତ ଅଧିବେଶନ ପୂର୍ବରୁ ଗୃହରେ ଦେଖିବାକୁ ମିଳିବ ତାତି । ବିଧାନସଭାରେ ଗୃହକାର୍ଯ୍ୟ କେମିତି ସୁରୁଖୁରୁରେ ପରିଚାଳନା ହେବ ଏ ନେଇ ବାଚସ୍ପତିଙ୍କ ଅଧ୍ୟକ୍ଷତାରେ ସକାଳ ୧୧ଟାରେ ବସିବ ବୈଠକ। ଏଥିରେ ବିଜେପି, ବିଜେଡି ଓ କଂଗ୍ରେସର ନେତା ସାମିଲ ହେବେ।ମୁଖ୍ୟମନ୍ତ୍ରୀ, ଉପମୁଖ୍ୟମନ୍ତ୍ରୀ, ସଂସଦୀୟ ବ୍ୟାପାର ମନ୍ତ୍ରୀ ଏବଂ ସରକାରୀ ଦଳର ମୁଖ୍ୟ ସଚେତକଙ୍କ ସହ ବିରୋଧୀ ଦଳର ବିଧାୟକମାନେ ଯୋଗଦେବେ।

ଅଧିବେଶନକୁ କିଭଳି ଶୃଙ୍ଖଳିତ ଓ ସୁରୁଖୁରୁରେ ଚଳାଯିବ, ସେନେଇ ଶାସକ ଓ ବିରୋଧୀଙ୍କ ସହଯୋଗ ଲୋଡ଼ିବେ ବାଚସ୍ପତି। ଏଥିସହ ଗୁରୁତ୍ୱପୂର୍ଣ୍ଣ ଜନସ୍ୱାର୍ଥ ପ୍ରସଙ୍ଗ ଉପରେ ଆଲୋଚନା ପାଇଁ ରହିବ ଫୋକସ୍। ଅନ୍ୟପଟେ ଅଧିବେଶନରେ ନିଜ ନିଜର ରଣନୀତି ପ୍ରସ୍ତୁତି ପାଇଁ ଆଜି ବସିବ ବିଭିନ୍ନ ଦଳର ବିଧାୟକ ଦଳ ବୈଠକ।

Related Articles

Back to top button