ଓଡ଼ିଶାରାଜନୀତି

ଆବାସ ଯୋଜନାରେ ବଡ଼ ନିଷ୍ପତ୍ତି, ଗରିବଙ୍କ ସ୍ୱପ୍ନ ହେବ ପୂରଣ

ଓଡିଶାରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ୫ ଲକ୍ଷରୁ ଉର୍ଦ୍ଧ୍ୱ ହିତାଧିକାରୀଙ୍କୁ ଘର ଆବଣ୍ଟନ ପାଇଁ ନିଆଯାଇଥିବା ନିଷ୍ପତ୍ତି ଐତିହାସିକ । ୨୦୨୪ ମସିହାରେ ରାଜ୍ୟରେ ବିଜେପି ସରକାର ଗଠନ ହେବା ପରଠାରୁ ଅନ୍ତ୍ୟୋଦୟ ଗୃହ ଯୋଜନାରେ ୨ ଲକ୍ଷ ୨୫ ହଜାର ଘର ଏବଂ ପିଏମ ଆବାସରେ ୧ ଲକ୍ଷ ୨ ହଜାର ବାସଗୃହ ଆବଣ୍ଟନ କରାଯାଇସରିଛି । ଗତ ଅଢେଇ ବର୍ଷର ବିଜେପି ସରକାରରେ ସମୁଦାୟ ୮ ଲକ୍ଷ ୨୮ ହଜାରରୁ ଅଧିକ ବାସଗୃହ ପାଇଁ ସହାୟତା ବ୍ୟବସ୍ଥା ନିଶ୍ଚିନ୍ତ କରାଯାଇଛି, ଯାହା ଗରିବ କଲ୍ୟାଣ ଯାତ୍ରାରେ ନୂଆ ଫର୍ଦ୍ଦ ଯୋଡିହୋଇଛି ।

ସେହିଭଳି ପୂର୍ବରୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଓଡିଶାରେ ୩୦ ଲକ୍ଷ ୪୫ ହଜାର ବାସଗୃହ ଓଡିଶାର ଗରୀବ ପରିବାରଙ୍କୁ ପ୍ରଦାନ କରାଯାଇସରିଛି । ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ବିଜେପି ସରକାରର ସମସ୍ତଙ୍କୁ ପକ୍କା ଘର ଯୋଗାଇବା – “ହାଉସିଂ ଫର୍ ଅଲ୍‌”ର ସଫଳତାକୁ ପ୍ରମାଣିତ କରୁଛି ବୋଲି ରାଜ୍ୟ ମୁଖପାତ୍ର ଶ୍ରୀ ଅନିଲ ବିଶ୍ୱାଳ କହିଛନ୍ତି । ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ବିଶ୍ୱାଳ କହିଛନ୍ତି ଯେ, ଦେଶରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ସର୍ବମୋଟ ୫ କୋଟି ୨୦ ଲକ୍ଷ ବାସଗୃହ ଅନୁମୋଦନ ହୋଇଥିବାବେଳେ ସେଥିରୁ ୪ କୋଟି ୧୦ ଲକ୍ଷ ବାସଗୃହ ନିର୍ମାଣ ସଂପୂର୍ଣ୍ଣ ହୋଇଛି ।

ଜଣେ ହିତାଧିକାରୀ ବାସଗୃହ ପାଇଁ ୧ ଲକ୍ଷ୨୦ ହଜାର ଲକ୍ଷ ଟଙ୍କା ସହ ପ୍ରୋତ୍ସାହନ ରାଶୀ ଭାବେ ଅତିରିକ୍ତ ୩୫ ହଜାର ଟଙ୍କା, ଭିବି – ଜି- ରାମଜୀ ଯୋଜନାରେ ଶ୍ରମିକ ପାଉଣା ଭାବେ ୨୭ ହଜାର ଟଙ୍କା, ଶୈାଚାଳୟ ପାଇଁ ୧୨ ହଜାର ଟଙ୍କା, ପିଏମ ସୂର୍ଯ୍ୟ ଘର ଯୋଜନାରେ ୩୦ ହଜାର ଟଙ୍କାର ସବସିଡି, ଟ୍ୟାପ ଯୋଗେ ପନାୀୟ ଜଳ ସଂଯୋଗ, ଭୁମିହୀନଙ୍କୁ ମାଗଣା ଜମିର ବ୍ୟବସ୍ଥା କରାଯାଇଛି । ଗୋଟିଏ ଗରୀବ ପରିବାର ପାଇଁ ଘରଟିଏ ସମ୍ମାନ, ସ୍ୱାଭୀମାନ ଓ ସୁରକ୍ଷାର ବିଷୟ, ଯାହାକୁ ଦେଶର ପ୍ରଧାନମନ୍ତ୍ରୀ ମୋଦିଜୀ ଭଲ ଭାବେ ହୃଦୟଙ୍ଗମ କରିଛନ୍ତି ଏବଂ କାମରେ ମଧ୍ୟ ପ୍ରମାଣିତ କରିଛନ୍ତି । ରାଜ୍ୟରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ପ୍ରଧାନମନ୍ତ୍ରୀ ମୋଦିଜୀଙ୍କ ସ୍ୱପ୍ନକୁ ସାକାର କରିବା ପାଇଁ ତ୍ୱରିତ ପଦକ୍ଷେପ ଗ୍ରହଣ କରୁଥିବାରୁ ଉଭୟ ପ୍ରଧାନମନ୍ତ୍ରୀ ଏବଂ ମୁଖ୍ୟମନ୍ତ୍ରୀଙ୍କୁ ରାଜ୍ୟ ବିଜେପି ତରଫରୁ ଧନ୍ୟବାଦ ଜ୍ଞାପନ କରାଯାଇଛି ।

Related Articles

Back to top button