ମହାବାତ୍ୟାଠୁ ଭୟଙ୍କର ‘ପୋଲୋ’

ଗୋଟିଏ ଭୟ ନ ଯାଉଣୁ ..ପୁଣି ସମୁଦ୍ରରେ ବାଳ ଗୋଟାଇଲାଣି ଆଉ ଲଘୁଚାପ । ଆଉ ଏହି ଲଘୁଚାପ ମହାବାତ୍ୟାର ରୂପ ନେବ | ୧୯୯୯ ମସିହା ମହାବାତ୍ୟା ଭଳି ବଳ ଗୋଟାଇ ସମୁଦ୍ରରେ ମାଡ଼ି ଆସୁଛି ଏ ଦାନବୀୟ ଝଡ଼। ୩୦୦ କିମି ପବନର ବେଗ ଟପିଯିବାର ସମ୍ଭାବନା ଦେଖାଦେଇଛି। ଯାହା ସ୍ଥଳଭାଗ ଛୁଇଁବା ମାତ୍ରେ ପଦା କରିଦେବ ଘରଦ୍ବାର, ରଚିବ ମହାପ୍ରଳୟ। ଏହା ମହାବାତ୍ୟାର ନାଁ ରହିଛି ପୋଲୋ।
ମେକ୍ସିକୋର ଦକ୍ଷିଣ-ପଶ୍ଚିମ ପ୍ରଶାନ୍ତ ମହାସଗର ଉପକୂଳ ନିକଟରେ ଏହି ଘୂର୍ଣ୍ଣିବାତ୍ୟାଟି ଏବେ Category-5 ରେ ପହଞ୍ଚିଛି। ଆମେରିକାର ନ୍ୟାସନାଲ ହରିକେନ ସେଣ୍ଟର ଅନୁସାରେ, ପୋଲୋର ସ୍ଥାୟୀ ପବନର ବେଗ ପ୍ରାୟ ୨୮୫ କିଲୋମିଟର ପ୍ରତି ଘଣ୍ଟା, ଆଉ ଝଟକା ପବନ ୩୦୦ ମଧ୍ୟ ଟପିଯାଇପାରେ । ଏବେ ଏହା ଜିହୁଆଟାନେଜୋ ଠାରୁ ପ୍ରାୟ ୩୪୫ କିଲୋମିଟର ଦକ୍ଷିଣରେ ରହିଛି।
ପୂର୍ବାନୁମାନ ଅନୁସାରେ ଏହା ମେକ୍ସିକୋ ଉପକୂଳର ସମାନ୍ତରାଳରେ ଉତ୍ତର-ପଶ୍ଚିମ ଦିଗକୁ ଗତି କରିବ, କିନ୍ତୁ ବର୍ତ୍ତମାନ ସିଧାସଳଖ ଲ୍ୟାଣ୍ଡଫଲ କରିବାର ଆଶଙ୍କା ନାହିଁ। ହେଲେ ଏହା କେତେବେଳେ ବି ଗତିପଥ ବଦଳାଇ ପାରେ। ତେଣୁ ମେକ୍ସିକୋ ସରକାର ଏ ମହାବାତ୍ୟା ନେଇ ସତର୍କ ରହିଛନ୍ତି । ତେବେ ଯଦି ଏହା ସିଧାସଳଖ ଲ୍ୟାଣ୍ଡଫଲ୍ କରିବା ନାହିଁ କିନ୍ତୁ ଏହାର ପ୍ରଭାବରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି।




