
ଭୁବନେଶ୍ୱର,ରାଜ୍ୟରେ ଦିନକୁ ଦିନ ଗ୍ରୀଷ୍ମପ୍ରବାହ ବଢିଚାଲିଛି । ଆକାଶରୁ ଯେମିତି ନିଆଁ ବର୍ଷୁଛି। ପଶ୍ଚିମରେ ସ୍ଥିତି ଅସମ୍ଭାଳ ହେଲାଣି। ଝାରସୁଗୁଡା, ବଲାଙ୍ଗିର, ସମ୍ବଲପୁର,ସୁନ୍ଦରଗଡ଼ ତାତି ରେକର୍ଡ ଭାଂଗୁଛି। ମୟୂରଭଞ୍ଜ, କେନ୍ଦୁଝର, ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଜଗତସିଂହପୁର, କଟକ, ଖୋର୍ଦ୍ଧା, ପୁରୀ, ନୟାଗଡ଼, ଗଞ୍ଜାମ, ଗଜପତି ଜିଲ୍ଲାକୁ ସତର୍କ ରହିବାକୁ ଆଲର୍ଟ କରାଯାଇଛି। ସେପଟେ ଖରାକୁ ଦେଖି ଆସନ୍ତା ୨୭ରୁ ଆଗୁଆ ଖରା ଛୁଟି ଘୋଷଣା କରିଛନ୍ତି ରାଜ୍ୟ ସରକାର ।ସେହିପରି ଟିଟିଲାଗଡ଼ରେ ୪୪ ଡିଗ୍ରୀ, ସମ୍ବଲପୁର ୪୩.୬ ଡିଗ୍ରୀ ରେକର୍ଡ ହୋଇଥିଲା। ଆଜି ବି ପଶ୍ଚିମ ଓଡ଼ିଶାରେ, କଲବଲ କରିବ ତାତି। ଝାରସୁଗୁଡ଼ା, ସୁନ୍ଦରଗଡ଼, ବରଗଡ଼, ବଲାଙ୍ଗିର ଓ ସମ୍ବଲପୁରକୁ ସତର୍କତା ଜାରି କରିଛି ପାଣିପାଗ କେନ୍ଦ୍ର। ସେହିପରି ୧୩ ଜିଲ୍ଲାକୁ ଗରମ ଗୁଳୁଗୁଳି ନେଇ ଆଲର୍ଟ ଜାରି ହୋଇଛି । ଝାରସୁଗୁଡା, ବଲାଙ୍ଗିର, ସମ୍ବଲପୁର,ସୁନ୍ଦରଗଡ଼ ତାତି ରେକର୍ଡ ଭାଂଗୁଛି। ଆଭ୍ୟନ୍ତରୀଣ ଓ ଉପକୂଳରେ ତତଲା ଝାଞ୍ଝି ପବନ ଅସ୍ତବ୍ୟସ୍ତ କରୁଛି। ଗତକାଲି ଝାରସୁଗୁଡା ୪୪.୮ଡିଗ୍ରୀ ସେଲସିୟସ୍ ତାପମାତ୍ରା ସହ, ସର୍ବାଧିକ ଉତ୍ତପ୍ତ ସହର ପାଲଟିଥିଲା।




