ଓଡ଼ିଶାପାଣିପାଗ

କାଳବୈଶାଖୀ ପାଇଁ ଅରେଞ୍ଜ ୱାର୍ଣ୍ଣିଂ ଦିଆଯାଇଛି।

ଭୁବନେଶ୍ୱର,ଆଜିଠାରୁ ପଶ୍ଚିମ ଓଡ଼ିଶାର ଅନେକ ସ୍ଥାନରେ,ତାପମାତ୍ରା ହ୍ରାସ ପାଇବାର ସମ୍ଭାବନା ରହିଛି। କିନ୍ତୁ ବଲାଙ୍ଗିର, ଟିଟିଲାଗଡ଼, ବୌଦ୍ଧ, ସୁବର୍ଣ୍ଣପୁର, ବରଗଡ଼, ସମ୍ବଲପୁର, ଝାରସୁଗୁଡ଼ା ଜିଲାରେ, ପାରଦ ୪୧ଡିଗ୍ରୀ ପାଖାପାଖି ରହିପାରେ। ହେଲେ ଉପକୂଳ, ଦକ୍ଷିଣ, ଉତ୍ତର ଓ ଆଭ୍ୟନ୍ତରୀଣ ଜିଲାଗୁଡିକରେ କାଳବୈଶାଖୀ ପ୍ରଭାବରେ, ବିଶେଷ ତାତି ଅନୁଭୂତ ହେବାର ସମ୍ଭାବନା ନାହିଁ। ମେ’ ୪ ପର୍ଯ୍ୟନ୍ତ କାଳବୈଶାଖୀ ପ୍ରଭାବରେ ବିଜୁଳି, ଘଡ଼ଘଡ଼ି ସହିତ ବର୍ଷା ହୋଇପାରେ। ସ୍ଥାନେ ସ୍ଥାନେ ଘଣ୍ଟାପ୍ରତି,୫୦ରୁ ୬୦କି.ମି ବେଗରେ ପବନ ବହିପାରେ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି।ମୟୂରଭଞ୍ଜ, କେନ୍ଦୁଝର, ବାଲେଶ୍ବର ଏବଂ ଭଦ୍ରକ ଜିଲାକୁ କାଳବୈଶାଖୀ ପାଇଁ ଅରେଞ୍ଜ ୱାର୍ଣ୍ଣିଂ ଦିଆଯାଇଛି। ଏହି ୪ଜିଲାର କିଛି ଅଞ୍ଚଳରେ, ବଜ୍ରପାତ ସହ ଝଡ଼ବର୍ଷା ଏବଂ ଘଣ୍ଟାପ୍ରତି ୫୦ରୁ ୬୦କି.ମି ବେଗରେ ପବନ ବହିପାରେ। ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ପୁରୀ, ଖୋରଧା, ନୟାଗଡ଼, ଗଞ୍ଜାମ, ଗଜପତି, ରାୟଗଡ଼ା, କୋରାପୁଟ, ମାଲକାନଗିରି, ନବରଙ୍ଗପୁର, କଳାହାଣ୍ଡି, କନ୍ଧମାଳ, ସୁନ୍ଦରଗଡ଼, ଅନୁଗୋଳ ଏବଂ ଢେଙ୍କାନାଳ ଜିଲାକୁ କାଳବୈଶାଖୀ ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ଏସବୁ ଜିଲାରେ ଘଣ୍ଟାପ୍ରତି, ୪୦ରୁ ୫୦ କି.ମି. ବେଗରେ ପବନର ବହିବା ସମ୍ଭାବନା ଥିବାବେଳେ ବିଜୁଳି, ଘଡ଼ଘଡ଼ି ସହ ଝଡ଼ତୋଫାନ ହୋଇପାରେ।

Related Articles

Back to top button