ଓଡ଼ିଶାପାଣିପାଗ

ଗରମ ଗୁଳୁଗୁଳି ନେଇ ୧୧ ଜିଲ୍ଲାକୁ ସତର୍କତା ଜାରି କରାଯାଇଛି।

ଭୁବନେଶ୍ୱର,ଉପକୂଳରେ ପ୍ରବଳ ଗରମ ସହ ଗୁଳୁଗୁଳି, ପଶ୍ଚିମରେ ଲାଗି ରହିଛି ଗ୍ରୀଷ୍ମ ଲହରୀ। ରବିବାର ଝାରସୁଗୁଡ଼ାରେ ସର୍ବାଧିକ ୪୪.୮ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି।

ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ବାଲେଶ୍ବର,ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ, ଗଜପତି ଜିଲ୍ଲା ପାଇଁ ସତର୍କ ସୂଚନା ଜାରି କରିଛି ଭୁବନେଶ୍ବର ଆଞ୍ଚଳିକ ପାଣିପାଗ କେନ୍ଦ୍ର।

ଏହାସହ ଉପକୂଳବର୍ତ୍ତୀ ଓ କିଛି ଦକ୍ଷିଣ ଓଡ଼ିଶା ଜିଲ୍ଲାରେ ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା ରହିଛି। ୨୮ ତାରିଖ ପର୍ଯ୍ୟନ୍ତ ଗ୍ରୀଷ୍ମ ଲହରିରୁ ତାହ୍ରି ମିଳିବାର ନାହଁ। ତେବେ ୨୯ ବେଳକୁ ପାଗରେ ହୋଇପାରେ ପରିବର୍ତ୍ତନ।

ସେହିପରି ସୋନପୁରରେ, ୪୩.୭, ଟିଟିଲାଗଡ଼ରେ ୪୩.୬, ଭବାନୀପାଟଣାରେ ୪୩.୪, ବଲାଙ୍ଗୀରରେ ୪୩.୧ ଓ ବୌଦ୍ଧରେ ୪୩.୦ ଡିଗ୍ରୀ ତାପମାତ୍ରା ରହିଥିଲା। ଆସନ୍ତା ଦୁଇ ଦିନ ଗରମ ଗୁଳୁଗୁଳି ନେଇ ୧୧ ଜିଲ୍ଲାକୁ ସତର୍କତା ଜାରି କରାଯାଇଛି।

Related Articles

Back to top button