
ଭୁବନେଶ୍ୱର ,ହୀରାକୁଦ ଜଳଭଣ୍ଡାରର ଜଳସ୍ତର, ବୃଦ୍ଧି ପାଇବାରେ, ଲାଗିଛି। ଏହାକୁ ଦୃଷ୍ଟିରେ ରଖି ଜଳଭଣ୍ଡାରରୁ, ବନ୍ୟାଜଳ ନିଷ୍କାସନ ପାଇଁ ଆଜି ସକାଳେ, ପୁଣି ୫ଟି ଗେଟ୍ ଖୋଲାଯାଛି।ବର୍ତ୍ତମାନ ହୀରାକୁଦ ଜଳଭଣ୍ଡାରରୁ ବାମ ପାର୍ଶ୍ୱର ୫ ଓ ଦକ୍ଷିଣ ପାର୍ଶର ୨ଟି ମିଶି, ମୋଟ୍ ୭ଟି ସ୍ଲୁଇସ୍ ଗେଟ୍ ଜରିଆରେ ଅତିରିକ୍ତ ବନ୍ୟାଜଳ, ନିଷ୍କାସନ କରାଯାଉଛି। ଜଳଭଣ୍ଡାରର ଜଳସ୍ତର ୬୧୯.୦୨ ଫୁଟକୁ ବୃଦ୍ଧି ପାଇଥିବା ବେଳେ ଜଳଭଣ୍ଡାରକୁ ପ୍ରତି ସେକେଣ୍ଡରେ ହାରାହାରି ୨ ଲକ୍ଷ ୧ ହଜାର ୨୪୦ ଘନଫୁଟ ବନ୍ୟାଜଳ ପ୍ରବେଶ କରୁଛି। ସେଥିମଧ୍ୟରୁ ୭ଟି ସ୍ଲୁଇସ୍ ଗେଟ୍ ଜରିଆରେ ୧ ଲକ୍ଷ ୦୯ ହଜାର ୧୪୪ ଘନଫୁଟ ଏବଂ ବିଭିନ୍ନ କେନାଲ, ବିଦ୍ୟୁତ୍ ଉତ୍ପାଦନ ପାଇଁ ପାଓ୍ବାର ଚ୍ୟାନେଲ ଓ ଶିଳ୍ପଭିତ୍ତିକ ବ୍ୟବହାର ପାଇଁ, ମୋଟ ୩୩,୧୪୦ ଘନଫୁଟ ଜଳ ନିଷ୍କାସିତ ହେଉଛି।ଜଳଭଣ୍ଡାରରୁ ପ୍ରତି ସେକେଣ୍ଡରେ, ହାରାହାରି ମୋଟ୍ ୧ ଲକ୍ଷ ୪୨ ହଜାର ୨୮୪ ଘନଫୁଟ ଜଳ ନିଷ୍କାସିତ ହେଉଛି।




