୭ଟି ବଗି ଲାଇନଚ୍ୟୁତ । ଅଳ୍ପକେ ବର୍ତ୍ତିଲେ ଯାତ୍ରୀ !

ବାରମ୍ବାର ଟ୍ରେନ ଦୁର୍ଘଟଣା ଘଟୁଛି । କେତେବେଳେ ବଗି ଲାଇନଚ୍ୟୁତ ହେଉଛି ତ ଆଉ କେତେବେଳେ ହୁତୁହୁତୁ ହୋଇ ଜଳୁଛି ବଗି । ଆସାମର ଗୌହାଟୀ ନିକଟସ୍ଥ ଡିଗାରୁ ଅଞ୍ଚଳରେ ମିଜୋରାମରୁ କୋଲକାତା ଯାଉଥିବା ଟ୍ରେନ୍ର ଇଞ୍ଜିନ୍ ସମେତ ୭ଟି ବଗି ଲାଇନଚ୍ୟୁତ ହୋଇଛି। ବୁଧବାର ଭୋର ପ୍ରାୟ ୩ଟା ୩୦ ମିନିଟ୍ରେ ଏହି ଦୁର୍ଘଟଣା ଘଟିଛି। ସୂଚନା ଅନୁଯାୟୀ, ମିଜୋରାମରୁ କୋଲକାତା ଅଭିମୁଖେ ଯାଉଥିବା ଟ୍ରେନ୍ଟି ଡିଗାରୁ ଅଞ୍ଚଳରେ ପହଞ୍ଚିବା ପରେ ହଠାତ୍ ଲାଇନଚ୍ୟୁତ ହୋଇଥିଲା।
ଟ୍ରେନ୍ର ଇଞ୍ଜିନ୍ ସହ ୭ଟି ବଗି ରେଳ ଧାରଣାରୁ ଖସିପଡ଼ିଥିଲା। ଦୁର୍ଘଟଣା ପରେ ଯାତ୍ରୀଙ୍କ ମଧ୍ୟରେ ଚିତ୍କାର ଓ ଆତଙ୍କର ପରିବେଶ ସୃଷ୍ଟି ହୋଇଥିଲା। ଅନେକ ଯାତ୍ରୀ ଆହତ ହୋଇଥିବା ଖବର ମିଳିଛି। ଖବର ପାଇ ରେଳ ପ୍ରଶାସନ ଓ ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ପହଞ୍ଚି ଦୁର୍ଘଟଣାଗ୍ରସ୍ତ ବଗି ମଧ୍ୟରେ ଫସି ରହିଥିବା ଯାତ୍ରୀଙ୍କୁ ସୁରକ୍ଷିତ ଉଦ୍ଧାର କରିବା ସହ ଆହତଙ୍କୁ ଚିକିତ୍ସା ସହାୟତା ଯୋଗାଇଦେବା ପାଇଁ ଉଦ୍ୟମ ଜାରି ରଖିଛନ୍ତି।
ତେବେ ଏହି ଦୁର୍ଘଟଣା କେଉଁ କାରଣରୁ ଘଟିଲା, ତାହା ଏଯାଏଁ ସ୍ପଷ୍ଟ ହୋଇନାହିଁ। ରେଳ ବିଭାଗ ପକ୍ଷରୁ ତଦନ୍ତ କରାଯାଉଛି। ଅନ୍ୟପଟେ, ଦୁର୍ଘଟଣାରେ କେତେ ଜଣ ଯାତ୍ରୀ ଆହତ ହୋଇଛନ୍ତି ଏବଂ ସେମାନଙ୍କ ସ୍ୱାସ୍ଥ୍ୟାବସ୍ଥା କିପରି ରହିଛି, ସେନେଇ ରେଳ ବିଭାଗ ପକ୍ଷରୁ ସ୍ପଷ୍ଟ ସୂଚନା ମିଳିନାହିଁ।




