Breaking Newsଅପରାଧଓଡ଼ିଶା

ଭୁବନେଶ୍ୱର ଗୁଳିକାଣ୍ଡର ପର୍ଦ୍ଦାଫାସ୍, ୮ ଗିରଫ!

ଗୁଳିକାଣ୍ଡ ପରେ ହସ୍ପିଟାଲ, ଆଉ ହସ୍ପିଟାଲରୁ ହତ୍ୟାର ମିଛ କାହାଣୀ! ଭୁବନେଶ୍ୱର ଶିଶୁପାଳଗଡ଼ରେ ଘଟିଥିବା ଗୁଳିକାଣ୍ଡ ଘଟଣାରେ ଏବେ ଏମିତି କିଛି ଚାଞ୍ଚଲ୍ୟକର ତଥ୍ୟ ସାମ୍ନାକୁ ଆସିଛି। ତପନ ନାଏକଙ୍କୁ ଗୁଳି କରାଯିବା ପରେ ଉମେଶ ପଟ୍ଟନାୟକ ଓ ବିଷ୍ଣୁ ପ୍ରସାଦ ସାମନ୍ତରାୟ ତାଙ୍କୁ ହସ୍ପିଟାଲ ନେଇଥିଲେ। କିନ୍ତୁ ଡାକ୍ତର ତପନଙ୍କୁ ମୃତ ଘୋଷଣା କରିବା ପରେ ଅଭିଯୁକ୍ତମାନେ ଅନ୍ୟ ଏକ କାହାଣୀ ରଚିଥିବା ଅଭିଯୋଗ ହୋଇଛି।

ମାଉସୀମାଆ ଛକରେ କେହି ଦୁର୍ବୃତ୍ତ ଗୁଳି କରି ତପନଙ୍କୁ ହତ୍ୟା କରିଥିବା ନେଇ ତାଙ୍କ ପରିବାରକୁ ଖବର ଦେଇଥିଲେ। ହେଲେ ପୋଲିସର ତଦନ୍ତ ଆଗକୁ ବଢ଼ିବା ସହ ସାମ୍ନାକୁ ଆସିଥିଲା ଘଟଣା ପଛର ଅନେକ ତଥ୍ୟ। ଅନ୍ୟପଟେ ଫେରାର ହେବାକୁ ଉଦ୍ୟମ କରୁଥିବା ଉମେଶ ଓ ବିଷ୍ଣୁଙ୍କୁ ବଡ଼ଗଡ଼ ଅଞ୍ଚଳରୁ ଗିରଫ କରିଥିଲା ପୋଲିସ। ବାରମ୍ବାର ପଚରାଉଚରା ପରେ ଉମେଶଙ୍କ ଦୁଇ ସହଯୋଗୀ ପୋଲିସ ଆଗରେ ଘଟଣା ସମ୍ପର୍କରେ ତଥ୍ୟ ଦେଇଥିବା ଜଣାପଡ଼ିଛି।

ଏହି ଘଟଣାରେ ମୋଟ ୮ ଜଣଙ୍କୁ ଗିରଫ କରିଛି ଧଉଳି ଥାନା ପୋଲିସ। ଏପରିକି ଗଙ୍ଗୁଆ ନାଳରୁ ଗୁଳିକାଣ୍ଡରେ ବ୍ୟବହୃତ ବନ୍ଧୁକ ମଧ୍ୟ ଜବତ କରାଯାଇଛି। ଘଟଣାର ପ୍ରକୃତ କାରଣ ଓ ଅନ୍ୟାନ୍ୟ ଦିଗକୁ ନେଇ ପୋଲିସର ତଦନ୍ତ ଜାରି ରହିଛି। ଯେଉଁ ହତ୍ୟାକାଣ୍ଡକୁ ଅନ୍ୟ ଏକ ରୂପ ଦେବାକୁ ଉଦ୍ୟମ ହୋଇଥିବା ଅଭିଯୋଗ, ଶେଷରେ ପୋଲିସ ତଦନ୍ତରେ ସାମ୍ନାକୁ ଆସିଲା ଅନେକ ତଥ୍ୟ। ତେବେ ଶିଶୁପାଳଗଡ଼ ଗୁଳିକାଣ୍ଡ ପଛର ପ୍ରକୃତ କାରଣ କ’ଣ? ଏହି ହତ୍ୟାକାଣ୍ଡରେ ଆଉ କାହାର ରହିଛି ସମ୍ପୃକ୍ତି? ତାହା ଜାଣିବାକୁ ପୋଲିସର ପରବର୍ତ୍ତୀ ତଦନ୍ତକୁ ଅପେକ୍ଷା।

Related Articles

Back to top button