Breaking Newsଓଡ଼ିଶା

ମାନବିକତା ଦେଖାଇଲେ ଡଃ କାବ୍ୟା ପ୍ରିୟା ଧଳ । ୫ ହଜାରରୁ ଅଧିକ ଲୋକଙ୍କୁ ବାଣ୍ଟିଲେ ରିଲିଫ

ଚାରିଆଡ଼େ ବନ୍ୟାର ପାଣି… ଉଜୁଡ଼ି ଯାଇଛି ଅନେକଙ୍କ ଘରଦ୍ୱାର, ପ୍ରଭାବିତ ହୋଇଛି ଚାଷଜମି ଓ ଜୀବିକା। ଗଞ୍ଜାମ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ବନ୍ୟା ଆଣିଦେଇଛି ଦୁର୍ଦ୍ଦଶା। ବିଶେଷକରି ଗରିବ, ଦିନମଜୁରିଆ ଓ ଚାଷୀ ପରିବାରଙ୍କ ପାଇଁ ଦୁଇ ଓଳି ଖାଦ୍ୟ ଯୋଗାଡ଼ କରିବା ମଧ୍ୟ କଷ୍ଟକର ହୋଇପଡ଼ିଛି। ଆଉ ଏହି ସମୟରେ ସହାୟତାର ହାତ ବଢ଼ାଇଛନ୍ତି ସମାଜସେବୀ ଡଃ କାବ୍ୟା ପ୍ରିୟା ଧଳ। ଆସିକା, ପୁରୁଷୋତ୍ତମପୁର ସମେତ ବିଭିନ୍ନ ବନ୍ୟା ପ୍ରଭାବିତ ଅଞ୍ଚଳରେ ନିଜସ୍ୱ ଉଦ୍ୟମରେ ୫,୫୦୦ରୁ ଊର୍ଦ୍ଧ୍ୱ ଖାଦ୍ୟ ପ୍ୟାକେଟ୍ ବଣ୍ଟନ କରିଛନ୍ତି।

କେବଳ ଖାଦ୍ୟ ପ୍ୟାକେଟ୍ ନୁହେଁ, ବରଂ ଚୁଡ଼ା, ଚିନି, ଛତୁଆ ସମେତ ବିଭିନ୍ନ ଅତ୍ୟାବଶ୍ୟକ ସାମଗ୍ରୀ ମଧ୍ୟ ପ୍ରଭାବିତ ପରିବାରଙ୍କୁ ପ୍ରଦାନ କରାଯାଇଛି।ଏହି ସହାୟତା ପଛରେ ରହିଛି ଗୋଟିଏ ମାନବିକ ଚିନ୍ତାଧାରା। ବିପଦ ସମୟରେ ଲୋକଙ୍କ ପାଖରେ ପହଞ୍ଚିବା, ସେମାନଙ୍କ ଦୁଃଖରେ ସାମିଲ ହେବା ଏବଂ ତୁରନ୍ତ ଆବଶ୍ୟକ ସହାୟତା ଯୋଗାଇଦେବା ହିଁ ଏହି ଉଦ୍ୟମର ମୁଖ୍ୟ ଲକ୍ଷ୍ୟ।
ଗଞ୍ଜାମର ବନ୍ୟା ପରିସ୍ଥିତି ଅତ୍ୟନ୍ତ ଦୁଃଖଦ। ଅନେକ ପରିବାର ନିଜର ଘର, ଜୀବିକା ଓ ଦୈନନ୍ଦିନ ଜୀବନକୁ ନେଇ କଷ୍ଟରେ ଅଛନ୍ତି। ଏଭଳି ସମୟରେ ସେମାନଙ୍କ ପାଖରେ ଛିଡ଼ା ହେବା ଆମ ସମସ୍ତଙ୍କର ମାନବିକ ଦାୟିତ୍ୱ। ଆମର ଏହି ପ୍ରୟାସ ଛୋଟ ହୋଇପାରେ, କିନ୍ତୁ ଆବଶ୍ୟକ ସମୟରେ ଲୋକଙ୍କୁ ସହାୟତା ପହଞ୍ଚାଇବା ହିଁ ପ୍ରକୃତ ମାନବିକତା।”

ତେବେ କେବଳ ତୁରନ୍ତ ରିଲିଫ୍ ନୁହେଁ, ବନ୍ୟା ପରବର୍ତ୍ତୀ ସମୟରେ ମଧ୍ୟ ପ୍ରଭାବିତ ପରିବାରଙ୍କ ଜୀବନକୁ ପୁଣି ଥରେ ସ୍ୱାଭାବିକ କରିବା ଜରୁରୀ ବୋଲି ମତ ରଖିଛନ୍ତି ଡଃ ଧଳ।ଚାଷଜମିର କ୍ଷତି ଭରଣା, ଜୀବିକାର ପୁନରୁଦ୍ଧାର ଓ ପ୍ରଭାବିତ ପରିବାରଙ୍କ ପୁନର୍ବାସ ଉପରେ ଗୁରୁତ୍ୱ ଦେବା ସହ ସମାଜର ସମସ୍ତ ସାମର୍ଥ୍ୟବାନ ବ୍ୟକ୍ତି ଓ ସଂଗଠନଙ୍କୁ ମଧ୍ୟ ସହାୟତା ପାଇଁ ଆଗେଇ ଆସିବାକୁ ଆହ୍ୱାନ ଦେଇଛନ୍ତି।

 

Related Articles

Back to top button