ଆନ୍ଧ୍ରରେ ଭୋଟ ଦେଲେ କୋଟିଆବାସୀ

ଆନ୍ଧ୍ରର ପଞ୍ଚାୟତ ନିର୍ବାଚନ ଲାଗି ପଡୁ଼ଛି ଭୋଟ୍ । ଆଉ ଭୋଟ୍ ଦେଇ ନିଜ ଗାଁକୁ ଫେରୁଛନ୍ତି କୋଟିଆ ଅଞ୍ଚଳର ଅନେକ ଭୋଟର । ଅନ୍ୟପଟେ ଆନ୍ଧ୍ରରେ ଭୋଟ୍ ଦେବାକୁ ଯାଉଥିବା ଲୋକଙ୍କୁ ଅଟକାଇବାରେ ପ୍ରଶାସନ ବିଫଳ ହୋଇଥିବା ଅଭିଯୋଗ ଉଠିଛି । ଆନ୍ଧ୍ରରେ ଭୋଟ୍ ଦେଇ ଫେରୁଥିବା ଭୋଟରଙ୍କୁ ଘୋର ବିରୋଧ କରୁଛନ୍ତି ସ୍ଥାନୀୟ ନେତୃତ୍ୱ । ଓଡ଼ିଶାର ସୁବିଧା ସୁଯୋଗ ଉପଭୋଗ କରିବା ସହ ଆନ୍ଧ୍ରରେ ଭୋଟ୍ ଦେବାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ନେତା ଓ କର୍ମୀ । ଏପରିକି, “ଓଡ଼ିଶାରେ ଖାଇବ, ଆନ୍ଧ୍ରରେ ଭୋଟ୍ ଦେବ” ବୋଲି କହି ଅସନ୍ତୋଷ ପ୍ରକାଶ କରୁଛନ୍ତି ।
ହେଲେ ପ୍ରଶ୍ନ ଉଠୁଛି ଯଦି କୋଟିଆବାସୀ ଓଡିଶାର ସବୁ ସୁବିଧା ସୁଯୋଗ ପାଉଥିଲେ । ତାହେଲେ ପାଇଁ କ’ଣ ପାଇଁ ଭୋଟ ଦେଉଛନ୍ତି କୋଟିଆବାସୀ ? ଅନେକ ଭୋଟର ରାତିରୁ ହିଁ ଆନ୍ଧ୍ରକୁ ଯାଇ ମତଦାନ କରିଥିବା ବେଳେ ଆଉ କିଛି ଲୋକ ଏବେ ମଧ୍ୟ ସେଠାକୁ ଯାଇ ଭୋଟ୍ ଦେବାକୁ ଉଦ୍ୟମ କରୁଥିବା ଜଣାପଡ଼ିଛି । ଏହି ପ୍ରସଙ୍ଗକୁ ନେଇ ପୁଣିଥରେ ଏକାଠି ହୋଇଛନ୍ତି ବିଭିନ୍ନ ରାଜନୈତିକ ଦଳର ନେତା ଓ କର୍ମୀ । ଫଳରେ କୋଟିଆ ଅଞ୍ଚଳରେ ରାଜନୈତିକ ଉଷ୍ମତା ବଢ଼ିବା ସହ ସୀମାରେ ଉତ୍ତେଜନା ଜାରି ରହିଛି ।




