ରେଲୱେ କର୍ମଚାରୀଙ୍କୁ ୭୮ ଦିନର ବୋନସ

ପାର୍ବଣରେ ରେଳ କର୍ମଚାରୀଙ୍କ ମୁହଁରେ ଫୁଟିବ ହସ। ଦୀପାବଳି ଭେଟି ଭାବେ କର୍ମଚାରୀଙ୍କୁ ୭୮ ଦିନର ଦରମା ସହ ସମାନ ବୋନସ୍ ପ୍ରଦାନ କରିବାକୁ ନିଷ୍ପତ୍ତି ନେଇଛି କେନ୍ଦ୍ର ସରକାର।ଅକ୍ଟୋବର ୧୪ ତାରିଖରେ ଅନୁଷ୍ଠିତ କ୍ୟାବିନେଟ୍ ବୈଠକରେ ନନ୍-ଗେଜେଟେଡ୍ ରେଳ କର୍ମଚାରୀଙ୍କ ପାଇଁ ପ୍ରଡକ୍ଟିଭିଟି ଲିଙ୍କଡ୍ ବୋନସ୍କୁ ମଞ୍ଜୁରୀ ମିଳିଛି। ଏନେଇ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ସୂଚନା ଦେଇଛନ୍ତି।
ଏହି ବୋନସ୍ର ହିସାବ ସର୍ବନିମ୍ନ ମାସିକ ଦରମା ୭ ହଜାର ଟଙ୍କା ଆଧାରରେ କରାଯାଉଛି। ୭୮ ଦିନର ହିସାବ ଅନୁସାରେ ଜଣେ କର୍ମଚାରୀ ସର୍ବାଧିକ ୧୭ ହଜାର ୯୫୧ ଟଙ୍କା ବୋନସ୍ ପାଇପାରିବେ।ତେବେ ଏହି ବୋନସ୍ର ହିସାବ ପାଇଁ ଧାର୍ଯ୍ୟ ସର୍ବନିମ୍ନ ଦରମା ସୀମା ୨୦୧୪-୧୫ ପରଠାରୁ ପରିବର୍ତ୍ତନ ହୋଇନଥିବାରୁ ଏହାକୁ ନେଇ ମଧ୍ୟ ଆଲୋଚନା ଜାରି ରହିଛି। ପାର୍ବଣ ସମୟରେ ରେଳ କର୍ମଚାରୀଙ୍କ ଆର୍ଥିକ ସହାୟତା ପାଇଁ କେନ୍ଦ୍ର ସରକାରଙ୍କ ଏହି ନିଷ୍ପତ୍ତିକୁ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଭାବେ ଦେଖାଯାଉଛି। ତେବେ ବୋନସ୍ ପ୍ରଦାନ ପ୍ରକ୍ରିୟା କେବେ ଆରମ୍ଭ ହେବ, ତାହା ଉପରେ ରହିଛି କର୍ମଚାରୀଙ୍କ ନଜର।




