Breaking Newsଓଡ଼ିଶାଦୁର୍ଘଟଣା

ସମୁଦ୍ର ଭିତରେ ଦୁଇଫାଳ ବୋଟ୍

ସମୁଦ୍ର ଭିତରେ ବଡ଼ ଅଘଟଣ । ମଝି ମୁହାଣରେ ଦୁଇ ଫାଳ ହୋଇ ଭାଙ୍ଗିଗଲା ମାଛଧରା ବୋଟ୍ । ଜଗତସିଂହପୁର ଜିଲ୍ଲା ପାରାଦୀପ ମାଛଧରା ବନ୍ଦର ମୁହାଣରେ ଅଘଟଣ । ବୋଟ୍‌ରେ ଥିବା ୫ ଜଣ ମତ୍ସ୍ୟଜୀବୀଙ୍କ ଜୀବନ ବିପଦରେ ପଡ଼ିଥିବା ବେଳେ ସୌଭାଗ୍ୟବଶତଃ ସମସ୍ତଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଛି । ସୂଚନା ଅନୁସାରେ, ବୋଟ୍‌ଟି ଭାଙ୍ଗିଯିବା ଫଳରେ ଏଭଳି ଅଘଟଣ ଘଟିଥିଲା ।

ବୋଟ୍‌ଟି ଦୁଇ ଫାଳ ହୋଇଯିବା ପରେ ଏଥିରେ ଥିବା ମତ୍ସ୍ୟଜୀବୀମାନେ ସଙ୍କଟରେ ପଡ଼ିଥିଲେ । ଏହି ସମୟରେ ଅନ୍ୟ ଏକ ବୋଟ୍‌ ସେଠାରେ ପହଞ୍ଚି ୫ ଜଣ ମତ୍ସ୍ୟଜୀବୀଙ୍କୁ ଉଦ୍ଧାର କରିଥିଲା । ତେବେ ଏହି ଘଟଣାରେ କୌଣସି ମତ୍ସ୍ୟଜୀବୀଙ୍କ ଜୀବନହାନି ହୋଇନାହିଁ । ସମସ୍ତେ ସୁରକ୍ଷିତ ଥିବା ସୂଚନା ମିଳିଛି। ତେବେ ବୋଟ୍‌ଟି କେଉଁ କାରଣରୁ ଭାଙ୍ଗିଗଲା, ସେନେଇ ଅଧିକ ତଥ୍ୟ ମିଳିନାହିଁ ।

Related Articles

Back to top button