DCP ଭାବେ ଦାୟିତ୍ୱ ଗ୍ରହଣ କଲେ ସର୍ବଣା ବିବେକ

ଭୁବନେଶ୍ଵର DCP ଭାବେ ଦାୟିତ୍ୱ ଗ୍ରହଣ କଲେ ସର୍ବଣା ବିବେକ । ବ୍ରହ୍ମପୁର SP ଭାବେ କାର୍ଯ୍ୟ କରିବା ପରେ ଏବେ ରାଜଧାନୀର ଆଇନଶୃଙ୍ଖଳା ଓ ଅପରାଧ ନିୟନ୍ତ୍ରଣର ଦାୟିତ୍ୱ ତାଙ୍କ ହାତରେ | ଡିସିପି ସର୍ବଣା ବିବେକ୍ ଭୁବନେଶ୍ବରରେ ପହଞ୍ଚିବା ପରେ ପ୍ରଥମେ ପୋଲିସ କମିଶନର ଏବଂ ଅତିରିକ୍ତ କମିଶନରଙ୍କୁ ସୌଜନ୍ୟମୂଳକ ସାକ୍ଷାତ କରିଥିଲେ । ଏହାପରେ ଡିସିପି କାର୍ଯ୍ୟାଳୟକୁ ଯାଇ ଡିସିପି ଭାବେ ଦାୟିତ୍ବ ଗ୍ରହଣ କରିଛନ୍ତି। । ଦାୟିତ୍ୱ ନେବା ପରେ ଲୋକସେବାରେ ହ୍ୟୁମାନ୍ ଟଚ୍କୁ ପ୍ରାଥମିକତା ଦେବା ସହ ଲୋକଙ୍କ ସମସ୍ୟା ଶୁଣିବା ଏବଂ ଆବଶ୍ୟକ ସ୍ଥଳେ ଘଟଣାସ୍ଥଳକୁ ଯାଇ ସ୍ଥିତି ଅନୁଧ୍ୟାନ କରି ସମାଧାନ କରିବା ଉପରେ ଗୁରୁତ୍ୱ ଦେବେ ବୋଲି କହିଛନ୍ତି ।
ଭୁବନେଶ୍ୱରରେ ପୂର୍ବରୁ ହୋଇଥିବା ଭଲ କାମକୁ ଆହୁରି ଗତିଶୀଳ କରିବା ସହ ଭଲ ପ୍ରଦର୍ଶନ କରୁଥିବା ପୋଲିସ ଅଧିକାରୀ ଓ କର୍ମଚାରୀଙ୍କୁ ପ୍ରୋତ୍ସାହନ ଦିଆଯିବ । ବିଭିନ୍ନ ପୋଲିସ ୟୁନିଟ୍ ମଧ୍ୟରେ ଇନ୍ଫର୍ମେସନ୍ ଶେୟାରିଂକୁ ମଜବୁତ କରି ଟିମ୍ୱର୍କ ମାଧ୍ୟମରେ ଅପରାଧ ନିୟନ୍ତ୍ରଣ ଓ ଆଇନଶୃଙ୍ଖଳା ବ୍ୟବସ୍ଥାକୁ ଆହୁରି ସୁଦୃଢ଼ କରାଯିବା ନେଇ ଦାୟିତ୍ବ ନେବା ଅବସରରେ କହିଛନ୍ତି ନୂଆ ଡିସିପି ସର୍ବଣା ବିବେକ୍ ଏମ୍ ।
ବ୍ରହ୍ମପୁରରୁ ବଦଳି ହୋଇ ୨୦୧୫ ବ୍ୟାଚ୍ ଆଇପିଏସ ଶର୍ବଣା ବିବେକ ଭୁବନେଶ୍ୱର ଡିସିପି ଭାବେ ଆଜି ଦାୟିତ୍ୱ ଗ୍ରହଣ କରିଛନ୍ତି । ୨୦୧୩ ବ୍ଯାଚ ଆଇପିଏସ ଜଗମୋହନ ମୀନା ଅବସର ନେବା ପରେ ଖାଲି ପଡ଼ିଥିଲା ଭୁବନେଶ୍ୱର ଡିସିପି ପଦ ।




