ଅନ୍ତର୍ଜାତୀୟଜୀବନଶୈଳୀ

ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ ଦର ବଢ଼ିଲା

 ଭୁବନେଶ୍ୱର,ମଧ୍ୟପ୍ରାଚ୍ୟ ଯୁଦ୍ଧ ହେତୁ ଦେଶରେ, ପେଟ୍ରୋଲ ଓ ଡିଜେଲ ଦର ବଢ଼ିଲାଣି। ସପ୍ତାହକ ଭିତରେ ପେଟ୍ରୋଲ ଓ ଡିଜେଲ ଲିଟର ପିଛା ଦର ୪ ଟଙ୍କା ବଢ଼ିଛି। ଏହି କାରଣରୁ ପରିବହନ ଖର୍ଚ୍ଚ ବଢ଼ିଛି। ପୂର୍ବରୁ ଦୋକାନୀଙ୍କୁ କ୍ବିଣ୍ଟାଲ ସାମଗ୍ରୀ ପିଛା ପରିବହନ ଖର୍ଚ୍ଚ, ୪୫ ଟଙ୍କା ପଡ଼ୁଥିଲା। ପେଟ୍ରୋଲ ଓ ଡିଜେଲ ଦର ବଢ଼ିବା ହେତୁ ବର୍ତ୍ତମାନ କ୍ବିଣ୍ଟାଲ ପିଛା ପରିବହନ ଖର୍ଚ୍ଚ ୩୦ରୁ ୪୦ ଟଙ୍କା ବଢ଼ିଛି। ଗ୍ରୋସରି ଦୋକାନ, ହୋଲସେଲର ଏବଂ ଗୋଦାମ ମାଲିକ ସାମଗ୍ରୀ ଉପରେ, ପରିବହନ ଖର୍ଚ୍ଚକୁ ଲଦିଛନ୍ତି। ଏହାର ପ୍ରଭାବ ବଜାର ଉପରେ ପଡ଼ିଛି ଏବଂ ଖାଉଟି ମହଙ୍ଗା ମାଡ଼ର ଶିକାର ହୋଇଛନ୍ତି।ଭାରତରେ ପ୍ରାୟ ୪୦% ଖାଇବା ତେଲ ବିଦେଶରୁ ଆମଦାନୀ ହୁଏ। ମଧ୍ୟପ୍ରାଚ୍ୟ ଯୁଦ୍ଧ ସମୟ‌ର ଭାରତୀୟ ଅର୍ଥନୀତିକୁ ସୁଦୃଢ଼ ରଖିବା ନିମନ୍ତେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଖାଇବା ତେଲ ବ୍ୟବହାର କମ୍‌ କରିବାକୁ ଦେଶବାସୀଙ୍କୁ ପରାମର୍ଶ ଦେଇଥିଲେ। ଦର ବଢ଼ିବାରୁ ଲୋକେ ଖାଇବା ତେଲ ବ୍ୟବହାର କମ୍‌ କଲେଣି। ଆଇନଜୀବୀ ପ୍ରଶାନ୍ତ ଶତପଥୀ କହିଛନ୍ତି, ଖାଇବା ତେଲ ବିଦେଶରୁ ଆମଦାନୀ କରିବାକୁ ପଡ଼ୁଛି। ଭାରତୀୟ ମୁଦ୍ରା ତୁଳନାରେ ଡଲାର ମୂଲ୍ୟ ୯୬.୮୪ ଟଙ୍କାରେ ପହଞ୍ଚିଲାଣି। ଗ୍ରୋସରି ଦୋକାନ, ହୋଲସେଲର ଏବଂ ଗୋଦାମ ମାଲିକ ସାମଗ୍ରୀ ଉପରେ ପରିବହନ ଖର୍ଚ୍ଚକୁ ଲଦିଛନ୍ତି। ଏହାର ପ୍ରଭାବ ବଜାର ଉପରେ ପଡ଼ିଛି ଏବଂ ଖାଉଟି ମହଙ୍ଗା ମାଡ଼ର ଶିକାର ହୋଇଛନ୍ତି। ସୋରିଷ ତେଲ ଲିଟର ପିଛା, ଦର ୪ରୁ ୫ଟଙ୍କ‌ା ବଢ଼ିଛି। ପାମୋଲିନ୍ ତେଲ ଲିଟର ପିଛା ୭ ଟଙ୍କା ବୃଦ୍ଧି ପାଇଛି। ସେହିପରି ଡାଲି ଜାତୀୟ ସାମଗ୍ରୀ ଉପରେ, କିଲୋଗ୍ରାମ ପିଛା ୧ରୁ ୨ ଟଙ୍କା ପର୍ଯ୍ୟନ୍ତ ବୃଦ୍ଧି ପାଇଛି। ହରଡ଼ ଡାଲି ଗୁଣବତ୍ତା ଅନୁସାରେ ଦର ବୃଦ୍ଧି ହୋଇଛି। ହରଡ଼ ଡାଲି କିଲୋଗ୍ରାମ ପିଛା ଦର ୧୧୦ରୁ ୧୩୦ ଟଙ୍କା ପର୍ଯ୍ୟନ୍ତ ରହିଛି। ବୁଟ ଡାଲି କିଲୋଗ୍ରାମ ପିଛା ୪ ଟଙ୍କା ବୃଦ୍ଧି ପାଇଛି।

Related Articles

Back to top button