ଆମେରିକାକୁ ନୂଆ ପ୍ରସ୍ତାବ ଦେଲା ଇରାନ

ଭୁବନେଶ୍ୱର ,ଶାନ୍ତି ଆଲୋଚନା ପାଇଁ ଆମେରିକାକୁ ନୂଆ ପ୍ରସ୍ତାବ ଦେଇଛି ଇରାନ। ପାକିସ୍ତାନ ହାତରେ ଇରାନ ଆଲୋଚନା ପାଇଁ ରଖିଥିବା ସର୍ତ୍ତଗୁଡ଼ିକୁ ଆମେରିକା ପାଖକୁ ପଠାଇଛି।ଟ୍ରମ୍ପ ଇରାନର ନୂଆ ପ୍ରସ୍ତାବ ସନ୍ତୋଷ ଜନକ ନୁହେଁ ବୋଲି କହିବା ପରେ ପୁଣି ମଧ୍ୟପ୍ରାଚ୍ୟରେ ଉତ୍ତେଜନା ବଢ଼ିବାର ଆଶଙ୍କା ପ୍ରକାଶ ପାଇଛି।ଟ୍ରମ୍ପଙ୍କ କହିବା କଥା ଯେ ଇରାନ, ଏମିତି କିଛି ରିହାତି ଚାହୁଁଥିଲା, ଯାହାକୁ ଗ୍ରହଣ କରିବା ତାଙ୍କ ପଖରେ ସପକ୍ଷରେ ସମ୍ଭବ ନୁହେଁ। ସେ କହିଛନ୍ତି,ସେମାନେ ଡିଲ କରିବାକୁ ଚାହୁଁଥିଲେ। କିନ୍ତୁ ମୁଁ ସେଥିରେ ସନ୍ତୁଷ୍ଟି ହାସଲ କରି ନାହିଁ। ଇରାନର ନେତୃବୃନ୍ଦ ବହୁତ ଭାଗ, ଭାଗ ହୋଇ ଯାଇଛନ୍ତି। ସେମାନେ ଏବେ ୨ରୁ ୩ଟି ଗ୍ରୁପରେ ପରିଣତ ହୋଇଛନ୍ତି।ନିଜର ଆଭିମୁଖ୍ୟକୁ ଦୋହରାଇ ଟ୍ରମ୍ପ କହିଛନ୍ତି ଯେ ଇରାନକୁ କେବେ ହେଲେ ବି ଆଣବିକ ଯୁଦ୍ଧାସ୍ତ୍ର ବିକଶିତ କରିବାକୁ ,ଅନୁମତି ମିଳିପାରିବ ନାହିଁ। ଅନ୍ୟପକ୍ଷରେ ଇରାନର ବୈଦେଶିକ ମନ୍ତ୍ରୀ ଆବ୍ବାସ ଅରାଘଚି କହିଛନ୍ତି ଯେ ତେହରାନ, କୂଟନୀତିକ ବିକଳ୍ପ ଖୋଲା ରଖିଛି। ହେଲେ ଏହା ପୂର୍ବରୁ ଆମେରିକାକୁ ନିଜର ଆକ୍ରମଣାତ୍ମକ ଆଭିମୁଖ୍ୟକୁ, ବଦଳାଇବାକୁ ପଡ଼ିବ। ନଚେତ ଇରାନର ସଶସ୍ତ୍ର ବଳ ସବୁ ପ୍ରକାରର ପରିସ୍ଥିତିରେ ନିଜ ଦେଶ ବିରୋଧରେ ସୃଷ୍ଟି ହେଉଥିବା ବିପଦର ମୁକାବିଲା କରିବାକୁ,ପ୍ରସ୍ତୁତ ହୋଇ ରହିଛନ୍ତି। ଟ୍ରମ୍ପ କହିଛନ୍ତି ଯେ ଇରାନକୁ, କେବେ ହେଲେ ବି ଆଣବିକ ଯୁଦ୍ଧାସ୍ତ୍ର ବିକଶିତ କରିବାକୁ, ଅନୁମତି ମିଳିପାରିବ ନାହିଁ। ଇରାନ ଦୀର୍ଘ ସମୟ ଧରି ସମୃଦ୍ଧ ୟୁରାନିୟମ ଗଚ୍ଛିତ କରିବା ଲକ୍ଷ୍ୟରେ ରହିଛି। ଏହାକୁ ଶାନ୍ତିପୂର୍ଣ୍ଣ ଉଦ୍ଦେଶ୍ୟରେ ଇରାନ ଗଚ୍ଛିତ କରିବାକୁ ଚାହୁଁଥିବା ବେଳେ ଆମେରିକା ଏଥିରେ ରାଜି ହେଉ ନାହିଁ।




