ରାଜନୀତି

ବିଧାୟକଙ୍କ ମରଶରୀରକୁ କାନ୍ଧ ଦେଲେ ମୁଖ୍ୟମନ୍ତ୍ରୀ

ମୋବାଇଲ ନ୍ୟୁଜ 24×7: ମୁଖ୍ୟମନ୍ତ୍ରୀ ହେବ ତ ଏମିତି । କେବଳ ଶ୍ରଦ୍ଧାଞ୍ଜଳି ଦେଇ ଚାଲିଯାଇନାହାନ୍ତି ବରଂ ଦିବଂଗତ ବିଧାୟକଙ୍କ ମରଶରୀରକୁ ନିଜ କାନ୍ଧରେ ବୋହିଛନ୍ତି । ଆଉ ଏହି ଭିଡିଓ ଏବେ ଖୁବ ଭାଇରାଲ ହେଉଛି। ତାମିଲନାଡୁର କୋଲାଥୁର ନିର୍ବାଚନମଣ୍ଡଳୀର TVK ବିଧାୟକ ଭିଏସ୍ ବାବୁଙ୍କର ଶୁକ୍ରବାର ହୃଦ୍‌ଘାତରେ ପରଲୋକ ହୋଇଛି । ୭୫ ବର୍ଷୀୟ ବାବୁ ଗତ ଦୁଇ ମାସରୁ ଅଧିକ ସମୟ ଧରି ଚେନ୍ନାଇର MGM ହସ୍ପିଟାଲରେ ଚିକିତ୍ସାଧୀନ ଥିଲେ । ତାଙ୍କ ମୃତ୍ୟୁ ଖବର ପରେ ମରଶରୀରକୁ ପେରାମ୍ବୁରସ୍ଥିତ ବାସଭବନକୁ ନିଆଯାଇଥିଲା ।

ଆଉ ଶେଷଯାତ୍ରାରେ TVK ସଭାପତି ତଥା ମୁଖ୍ୟମନ୍ତ୍ରୀ ବିଜୟ ଅନ୍ୟମାନଙ୍କ ସହ ମିଶି ବାବୁଙ୍କ ମରଶରୀରକୁ କାନ୍ଧରେ ବୋହି ଫୁଲରେ ସଜ୍ଜିତ ଶେଷଯାତ୍ରା ଗାଡ଼ି ପର୍ଯ୍ୟନ୍ତ ନେଇଥିଲେ। ମରଶରୀରଟି TVK ଦଳୀୟ ପତାକାରେ ଆଚ୍ଛାଦିତ ହୋଇଥିଲା। ଜଣେ ମୁଖ୍ୟମନ୍ତ୍ରୀ ନିଜ ଦଳର ବିଧାୟକଙ୍କୁ ଏଭଳି ଶ୍ରଦ୍ଧାଞ୍ଜଳି ଦେବାର ଦୃଶ୍ୟ ଉପସ୍ଥିତ ଲୋକଙ୍କୁ ଭାବବିହ୍ୱଳ କରିଥିଲା।

ଏହି ଶେଷଯାତ୍ରାରେ MDMK ସାଧାରଣ ସମ୍ପାଦକ ଭାଇକୋ, ବିଭିନ୍ନ ମନ୍ତ୍ରୀ, TVK ବିଧାୟକ, ଦଳୀୟ ନେତା, କର୍ମୀ ଓ ସାଧାରଣ ଜନତା ସାମିଲ ହୋଇଥିଲେ। ଲକ୍ଷ୍ମୀ ଅମ୍ମାନ କୋଇଲ ଷ୍ଟ୍ରିଟ୍ ଓ ଡନ୍ ବସ୍କୋ ସ୍କୁଲ ଦେଇ ଶେଷଯାତ୍ରା ପଲ୍ଲବନ ସାଲାଇ ହିନ୍ଦୁ ଶ୍ମଶାନରେ ପହଞ୍ଚିଥିଲା। ସେଠାରେ ବାବୁଙ୍କ ଅନ୍ତିମ ସଂସ୍କାର କରାଯାଇଥିଲା।

Related Articles

Back to top button