Uncategorized

ଲକ୍ଷ୍ମୀସାଗର ଆପାର୍ଟମେଣ୍ଟରେ ଭୟାବହ ଅଗ୍ନିକାଣ୍ଡ, ନାତୁଣୀ ସମେତ ବୃଦ୍ଧ ଦମ୍ପତି ମୃତ

ଭୁବନେଶ୍ୱର: ଲକ୍ଷ୍ମୀସାଗର ଥାନା ଅନ୍ତର୍ଗତ ଓସ୍କାର ସିଟି ନିକଟରେ ଥିବା ବାସନ୍ତୀ ଆପାର୍ଟମେଣ୍ଟରେ ଏକ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଏହି ଦୁର୍ଘଟଣାରେ ଜଣେ ବୃଦ୍ଧ ଦମ୍ପତିଙ୍କ ସମେତ ତାଙ୍କର ୮ ବର୍ଷର ନାତୁଣୀଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ଆଜି ଭୋର ପ୍ରାୟ ୪ଟା ୩୦ ମିନିଟ୍ ସମୟରେ ଆପାର୍ଟମେଣ୍ଟର ବେସମେଣ୍ଟରେ ଥିବା ଇଲେକ୍ଟ୍ରି ପ୍ୟାନେଲରେ ହଠାତ୍ ବିସ୍ଫୋରଣ ଘଟିଥିଲା। ବିସ୍ଫୋରଣ ପରେ ବେସମେଣ୍ଟରେ ଥିବା ରୁମକୁ ନିଆଁ ବ୍ୟାପି ଯାଇଥିଲା। ଏହି ରୁମରେ ରହୁଥିବା କେୟାରଟେକର ଦମ୍ପତି ଘଟଣାସ୍ଥଳରେ ହିଁ ପ୍ରାଣ ହରାଇଥିଲେ। ସେମାନଙ୍କ ୮ ବର୍ଷର ନାତୁଣୀଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲେ ମଧ୍ୟ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି। ପ୍ରାଥମିକ ସୂଚନା ଅନୁଯାୟୀ, ବୈଦ୍ୟୁତିକ ସର୍ଟସର୍କିଟ୍ ଯୋଗୁଁ ଇଲେକ୍ଟ୍ରି ପ୍ୟାନେଲରେ ନିଆଁ ଲାଗିଥିବା ସନ୍ଦେହ କରାଯାଉଛି। ତେବେ ଅଗ୍ନିକାଣ୍ଡର ପ୍ରକୃତ କାରଣ ଜାଣିବା ପାଇଁ ଲକ୍ଷ୍ମୀସାଗର ଥାନା ପୋଲିସ ଏବଂ ଅଗ୍ନିଶମ ବାହିନୀ ପକ୍ଷରୁ ଅଧିକ ତଦନ୍ତ ଜାରି ରହିଛି।

Related Articles

Back to top button