Uncategorized

ଗୋପାଳପୁର ବ୍ୟବସାୟୀ ଅପହରଣ ଓ ହତ୍ୟାକାଣ୍ଡ ଘଟଣା: ୮ଜଣ ଅଟକ

ଭୁବନେଶ୍ବର: ଗୋପାଳପୁର ବ୍ୟବସାୟୀ ଅପହରଣ ଓ ହତ୍ୟାକାଣ୍ଡ ଘଟଣାରେ ପୋଲିସ ୮ ଜଣଙ୍କୁ ଅଟକ ରଖି ପଚରାଉଚୁରା  କରୁଛି। ତେବେ ଏଇ 8 ଜଣଙ୍କ ମଧ୍ୟରେ ଜଣେ ଯୁବତୀ ରହିଥିବାର ସୂଚନା ରହିଛି। ଆହୁରି ମଧ୍ୟ ଏଇ ଅଭିଯୁକ୍ତଙ୍କ ମଧ୍ୟରେ ବ୍ୟବସାୟୀଙ୍କ ସମ୍ପର୍କୀୟ ମଧ୍ୟ ରହିଛନ୍ତି । ତେବେ ବ୍ୟବସାୟୀ ଜଣକ ଜମି ବ୍ୟବସାୟ କରୁଥିବାବେଳେ ଜମିଜମାକୁ ନେଇ ମଧ୍ୟ କିଛି ବିବାଦ ରହିଥିବାର ଶୁଣିବାକୁ ମିଳିଛି । ତେବେ ଅପହରଣ ହେବାର ସାତ ଦିନ ବିତିଯାଇଥିଲେ ମଧ୍ୟ ପୋଲିସ ଅପହରଣକାରୀଙ୍କ ନିକଟରେ ପହଞ୍ଚି ନ ପାରିବା ପୋଲିସର ପାରିବା ପଣିଆ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ତେବେ ଏହି ଘଟଣା ପଛରେ ଆହୁରି କିଛି ରହସ୍ୟ ରହିଛି । ଏହି ରହସ୍ୟ ଉନ୍ମୋଚନ ହୋଇପାରିଲେ ହତ୍ୟାକାଣ୍ଡର ସତ୍ୟତା ଜଣାପଡିବ । ଗତ କିଛିଦିନ ହେବ ବରହମପୁରରେ ଆଇନ ବ୍ୟବସ୍ଥା ସଂପୂର୍ଣ୍ଣ ଭୁଷୁଡି ପଡିଥିବାର ଦେଖାଯାଉଛି। ତେବେ ଏଇ ଘଟଣାରେ ଆଇନ ମନ୍ତ୍ରୀ ପୃଥୀରାଜ ହରିଚନ୍ଦନ ଗଭୀର ଦୁଃଖ ପ୍ରକାଶ କରିବା ସହିତ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି।

Related Articles

Back to top button