ଅନ୍ୟାନ୍ୟଜାତୀୟ

ତାମିଲନାଡୁ ର ସାରା ଦେଶରେ ଉତ୍ସାହର ମାହୋଲ

ଭୁବନେଶ୍ୱର,ଚେନ୍ନାଇର ଜବାହାରଲାଲ ନେହରୁ ଇଣ୍ଡୋର ଷ୍ଟାଡିୟମରେ, ତାମିଲନାଡୁର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଶପଥ  ଶପଥ ନେବେ ବିଜୟ।ତାମିଲନାଡ଼ୁରେ ୧୦୮ ଆସନ ଜିତି ସବୁଠାରୁ ବଡ଼ଦଳ ଭାବେ ଉଭା ହୋଇଛି ବିଜୟଙ୍କ ଦଳ ଟିଭିକେ। ବିଜୟ ବିଧାୟକ ଦଳ ନେତା ଭାବେ ନିର୍ବାଚିତ ହୋଇ ସାରିଥିବାବେଳେ ଏବେ ଶପଥ ଗ୍ରହଣ ଉପରେ ରହିଛି ସମସ୍ତଙ୍କର ନଜର। ବିଜୟଙ୍କ ଏହି ଐତିହାସିକ ବିଜୟକୁ ନେଇ ତାମିଲନାଡୁ ସମେତ ସାରା ଦେଶରେ ଉତ୍ସାହର ମାହୋଲ ଦେଖିବାକୁ ମିଳିଛି।୨୩୪ ଆସନ ବିଶିଷ୍ଟ ବିଧାନସଭାରେ TVKକୁ ମିଳିଛି ୧୦୮ ଆସନ। ମ୍ୟାଜିକ ଫିଗର ୧୧୮ ଠାରୁ ୧୦ଟି ଆସନ ପଛରେ ରହିଛି TVK। ତେବେ ବରିଷ୍ଠ କଂଗ୍ରେସ ନେତା କେ.ସି ବେଣୁଗୋପାଳ କହିଛନ୍ତି, ସରକାର ଗଢିବା ପାଇଁ ସମର୍ଥନ ଲୋଡିଛନ୍ତି ବିଜୟ। ଚେନ୍ନାଇରେ ତାମିଲନାଡୁ କଂଗ୍ରେସର ବୈଠକ ବସିବ। ଏହି ବୈଠକରେ ତାମିଲନାଡୁ ପ୍ରଦେଶ କଂଗ୍ରେସ କମିଟି ଚୂଡ଼ାନ୍ତ ନିଷ୍ପତ୍ତି ନେବ।

Related Articles

Back to top button