Uncategorized
ଇସ୍ରାଏଲ-ଲେବାନନ୍ ମଧ୍ୟରେ ୧୦ ଦିନିଆ ଯୁଦ୍ଧବିରତି


ନୂଆଦିଲ୍ଲୀ: ମଧ୍ୟପ୍ରାଚ୍ୟରେ ଶାନ୍ତି ପ୍ରତିଷ୍ଠା ପାଇଁ କୂଟନୈତିକ ସ୍ତରରେ ଉଦ୍ୟମ ଜାରି ରହିଛି। ଆମେରିକା ଓ ଇରାନ ମଧ୍ୟରେ ଆଲୋଚନା ପାଇଁ ପରିବେଶ ପ୍ରସ୍ତୁତ ହେଉଥିବା ବେଳେ ଲେବାନନ ଉପରେ ଇସ୍ରାଏଲର ଆକ୍ରମଣ ଶାନ୍ତି ପ୍ରକ୍ରିୟାରେ ଏକ ବଡ଼ ପ୍ରତିବନ୍ଧକ ସାଜିଥିଲା। ଏହି ପରିପ୍ରେକ୍ଷୀରେ, ଆମେରିକା ପକ୍ଷରୁ ହସ୍ତକ୍ଷେପ କରାଯାଇ ଇସ୍ରାଏଲ ଓ ଲେବାନନ ମଧ୍ୟରେ ଏକ ୧୦ ଦିନିଆ ଯୁଦ୍ଧବିରତି ଲାଗୁ କରାଯାଇଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ, ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ଏବଂ ଲେବାନନ କର୍ତ୍ତୃପକ୍ଷଙ୍କ ସହ ଆଲୋଚନା କରି ଏହି ଯୁଦ୍ଧବିରତି ଘୋଷଣା କରିଛନ୍ତି। ସୂଚନାଯୋଗ୍ୟ ଯେ, ଗୁରୁବାର ସନ୍ଧ୍ୟାରେ ହୋଇଥିବା ଏହି ଆପୋଷ ଆଲୋଚନା ପରେ ହିଁ ମଧ୍ୟରାତ୍ରିରୁ ଯୁଦ୍ଧବିରତି ଲାଗୁ କରିବାକୁ ନିଷ୍ପତ୍ତି ନିଆଯାଇଥିଲା। ଯୁଦ୍ଧବିରତି ଲାଗୁ ହେବାର ମାତ୍ର କିଛି ଘଣ୍ଟା ମଧ୍ୟରେ ଏହାର ଉଲ୍ଲଙ୍ଘନ ହୋଇଥିବା ନେଇ ଗୁରୁତର ଅଭିଯୋଗ ଆସିଛି।




