ଅପରାଧ

ବୈଷ୍ଣୋଦେବୀ ମନ୍ଦିରରୁ ୪୦ ଲକ୍ଷ ଟଙ୍କାର ସୁନା ଅଳଙ୍କାର ଲୁଟ

ନୟାଗଡ଼, ୦୧/୦୫/୨୦୨୬: ନୟାଗଡ଼ ଜିଲ୍ଲା ଓଡ଼ଗାଁ ଆଦର୍ଶ ଥାନା ଅନ୍ତର୍ଗତ ଜାମୁକଣସ୍ଥିତ ପ୍ରସିଦ୍ଧ ବୈଷ୍ଣୋଦେବୀ ମନ୍ଦିରରେ ଦୁର୍ବୃତ୍ତମାନେ କଳାକନା ବୁଲାଇଛନ୍ତି। ଗୁରୁବାର ରାତିରେ ହୋଇଥିବା କାଳବୈଶାଖୀର ସୁଯୋଗ ନେଇ ଦୁର୍ବୃତ୍ତମାନେ ମନ୍ଦିରରୁ ପ୍ରାୟ ୪୦ ଲକ୍ଷ ଟଙ୍କାର ସୁନା ଅଳଙ୍କାର ଲୁଟି ନେଇଥିବା ଅଭିଯୋଗ ହୋଇଛି।

ମିଳିଥିବା ସୂଚନା ଅନୁଯାୟୀ, ଗୁରୁବାର ରାତିରେ କାଳବୈଶାଖୀ ପ୍ରଭାବରେ ସ୍ଥାନୀୟ ଅଞ୍ଚଳରେ ବିଦ୍ୟୁତ୍ ସଂଯୋଗ ବିଚ୍ଛିନ୍ନ ହୋଇଥିଲା। ଏହାର ଫାଇଦା ଉଠାଇ ଦୁର୍ବୃତ୍ତମାନେ ମନ୍ଦିରରେ ପଶି ସମସ୍ତ ସୁନା ଅଳଙ୍କାର ଚୋରି କରି ନେଇଥିଲେ। ମନ୍ଦିର କର୍ତ୍ତୃପକ୍ଷଙ୍କ ଅଭିଯୋଗ ପରେ ଓଡ଼ଗାଁ ଆଦର୍ଶ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

ଏହି ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଭୟ ଓ ଅସନ୍ତୋଷର ବାତାବରଣ ଖେଳିଯାଇଛି। କିଛି ଦିନର ନୀରବତା ପରେ ଜିଲ୍ଲାରେ ପୁଣି ମନ୍ଦିର ଚୋରି ରାକେଟ ସକ୍ରିୟ ହୋଇଉଠିଥିବା ଆଲୋଚନା ହେଉଛି। ପୋଲିସ ବିଭିନ୍ନ ଦିଗକୁ ନେଇ ଛାନଭିନ୍ ଜାରି ରଖିଥିବା ବେଳେ ଖୁବଶୀଘ୍ର ଅପରାଧୀଙ୍କୁ ଧରାଯିବ ବୋଲି ଆଶା କରାଯାଉଛି।

Related Articles

Back to top button