ଅନ୍ୟାନ୍ୟଅପରାଧ

ମହାବୀର ଗ୍ୟାଲେକ୍ସ ଉପରେ କମିଶନରେଟ ପୁଲିସ ଚଢ଼ାଉ

ଭୁବନେଶ୍ୱର ,ବୁଧବାର ବିଳମ୍ବିତ ରାତିରେ, କଟକ ଦୋଳମୁଣ୍ଡାଇସ୍ଥିତ ହୋଟେଲ ମହାବୀର ଗ୍ୟାଲେକ୍ସ ଉପରେ, ଏକ ବଡ଼ ଧରଣର ଜୁଆ ଆଡ୍ଡା ଚାଲିଥିବା ନେଇ ସୂଚନା ମିଳିଥିଲା। କମିଶନରେଟ୍ ପୁଲିସ୍‌ର, ଏକ ଟିମ୍ ଚଢାଉ କରି କ୍ରିଷ୍ଣା ରାଓ ସହ ୧୩ ମାଫିଆଙ୍କୁ, ଗିରଫ କରିଥିଲା। ସେମାନଙ୍କ ନିକଟରୁ ପ୍ରାୟ ୧୯ଲକ୍ଷ ଟଙ୍କା, ସଂଖ୍ୟାଧିକ ମୋବାଇଲ୍‌ ଫୋନ୍‌, ଗାଡ଼ି ଚାବି, କାର୍‌ ଆଦି ଜବତ ହୋଇଥିଲା।କଟକ ମାଲଗୋଦାମ ଦାସସାହିର, ଅଜିତ ଓଝା  ବ୍ରହ୍ମପୁର କାଳୁପାତ୍ର ସାହିର ଶ୍ୟାମ ସୁନ୍ଦର ସାହୁ  କଟକ ମାଲ୍‌ଗୋଦାମର କିଷ୍ଣା ରାଓ ବ୍ରହ୍ମପୁର ବଡ଼ବଜାରର ଏ ସନ୍ତୋଷ କୁମାର  ଭଦ୍ରକ ପୁରୁଣାବଜାରର ରାମ ଚନ୍ଦ୍ର ବେହେରା, ଭଦ୍ରକ ମାଧବନଗରର ମନୋଜ କୁମାର ମହାନ୍ତି , କଟକ ଚାଉଳିଆଗଞ୍ଜ ରଥ ଲେନ୍‌ର ରଙ୍‌ଗନାଥ ସାହୁ  ଖୋର୍ଦ୍ଧା ଜଟଣୀ ଦେଉଳବସ୍ତର ମହେଶ୍ବର ସାନ୍ତା କଟକ ଶିଖରପୁର ଉପରସାହିର ଯୋଗେଶ୍ବର ରାଓ  ପୁରୀ ଦୋଳଗୋବିନ୍ଦପୁରର ଜଗବନ୍ଧୁ ବେହେରା ଓରଫ ଟୁଲୁ, ଗିରଫ ହୋଇଥିବା ବ୍ୟକ୍ତି।

Related Articles

Back to top button