ଅନ୍ୟାନ୍ୟଓଡ଼ିଶା

‘ହିଟ୍ ୱେଭ୍ ରିଲିଫ୍ ସେଣ୍ଟର’ ନିର୍ମାଣ ପାଇଁ ରାଜ୍ୟ ସରକାର କରୁଛନ୍ତି ଆଲୋଚନା।

ଭୁବନେଶ୍ୱର,‘ହିଟ୍ ୱେଭ୍ ରିଲିଫ୍ ସେଣ୍ଟର’ ନିର୍ମାଣ ପାଇଁ ରାଜ୍ୟ ସରକାର ଏବଂ ବିପର୍ଯ୍ୟୟ ପରିଚାଳନା ବିଭାଗ ଆଲୋଚନା କରୁଛନ୍ତି। ଓଡ଼ିଶାରେ ଯେଉଁଠି ଅଧିକ ଗ୍ରୀଷ୍ମ ପ୍ରବାହ ହେଉଛି ସେଠାରେ ହିଁ ପ୍ରଥମେ ଏହା ଆରମ୍ଭ ହେବ, ଏବଂ ପରବର୍ତ୍ତୀ ସମୟରେ, ତାହା ଓଡ଼ିଶା ସାରା ସ୍ଥାପନ କରାଯିବ ବୋଲି ସେ କହିଛନ୍ତି।ଗ୍ରୀଷ୍ମ ପ୍ରବାହରୁ, ସୁରକ୍ଷିତ ରହିବା ପାଇଁ ପୂର୍ବାହ୍ଣ ୧୧ଟାରୁ ଅପରାହ୍ଣ ୩ଟା ପର୍ଯ୍ୟନ୍ତ ଲୋକେ ଘରୁ ନ ବାହାରିବା ପାଇଁ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ, ପୂଜାରୀ ପରାମର୍ଶ ଦେଇଛନ୍ତି। ସେ କହିଛନ୍ତି, ଗ୍ରୀଷ୍ମ ପ୍ରବାହରେ ଦିନ ୧୧ଟାରୁ ୩ଟା ପର୍ଯ୍ୟନ୍ତ ଅଧିକ ବିପଦ ରହିଛି। ଶ୍ରମିକଙ୍କୁ ମଧ୍ୟ ଏହି ସମୟରେ କାମ ନ କରିବାକୁ ପରାମର୍ଶ ଦିଆଯାଇଛି। ପଞ୍ଚାୟତିରାଜ ବିଭାଗ ଏବଂ ନଗର ଉନ୍ନୟନ ବିଭାଗକୁ, ଜଳଛତ୍ର କରିବା ପାଇଁ କୁହାଯାଇଛି। ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ର ଓ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଅଂଶୁଘାତଜନିତ ସ୍ବତନ୍ତ୍ର ଚିକିତ୍ସା ପାଇଁ ବ୍ୟବସ୍ଥା କରାଯାଇଛି।ଗ୍ରୀଷ୍ମ ପ୍ରବାହକୁ ନେଇ ୩୦ଟି ଜିଲାର ଜିଲାପାଳଙ୍କ ସହ ସରକାରଙ୍କ ତରଫରୁ ଅନେକ ସମୟରେ ଆଲୋଚନା ହୋଇଛି।

Related Articles

Back to top button