ଅନ୍ୟାନ୍ୟଅପରାଧ

୫ କେଜି ସୁନା ଓ ରୁପା ଅଳଙ୍କାର ଜବତ

ଭୁବନେଶ୍ୱର,ଗତ ୨ ମାସ ହେଲା ବଲାଙ୍ଗୀର ଜିଲ୍ଲା ସିନ୍ଧେକେଲା ଦୁଆରଶୁଣୀ ମନ୍ଦିର, ସୁନା ଦୋକାନ, କଳାହାଣ୍ଡି ଜିଲ୍ଲାର ଲାଞ୍ଜିଗଡ଼, ରାୟଗଡ଼ା ଓ କଲ୍ୟାଣସିଂହପୁରର ବିଭିନ୍ନ ସ୍ଥାନରେ, ଲଗାତାର ଚୋରି ହେଉଥିଲା। ପୋଲିସ ଚଢ଼ାଉ କରି ସବୁ ଅଳଙ୍କାର, ଜବତ କରିଛି। ଯାହାର ଆନୁମାନିକ ମୂଲ୍ୟ ୮ କୋଟି ଟଙ୍କା ହେବ ବୋଲି, ବଲାଙ୍ଗୀର ପୋଲିସ ଆକଳନ କରିଛି।ତଥ୍ୟ ଆଧାରରେ ପୋଲିସ ବୁଧବାର ରାୟଗଡ଼ା ଜିଲ୍ଲା କାଶୀପୁର ବ୍ଲକ ପଣସଗୁଡ଼ା ଗାଁରେ ପହଞ୍ଚିଥିଲା। ସେହି ଗାଁର ହରିଶ୍ଚନ୍ଦ୍ର ନାଏକ, କଲ୍ୟାଣସିଂହପୁର ବ୍ଲକ ଖରଯୋଡ଼ାର ରାଜେଶ ବାଗ ଓ ବର୍ବିଳ ନାଏକଙ୍କ ଘରେ ଚଢ଼ଉ କରିଥିଲା।ପୋଲିସ ଚଢ଼ଉ ବେଳେ ବର୍ବିଳଙ୍କ ଘରେ, ରଖାଯାଇଥିବା ପୂଳା ପୂଳା ସୁନା ଅଳଙ୍କାର ଦେଖି ତାଜୁକ ହୋଇଯାଇଥିଲା। ସୁନା ଅଳଙ୍କାର ଗୁଡ଼ିକ କାନ୍ଥରେ ଅତି ଯତ୍ନର ସହ ରଖାଯାଇଥିଲା। କେବଳ କାନ୍ଥ ନୁହେଁ, ବାଇକ ଡିକି ଓ ଗୁହାଳରେ ମଧ୍ୟ ସୁନା ଏବଂ ରୁପା ଅଳଙ୍କାରକୁ ରଖାଯାଇଥିବା ଦେଖିବାକୁ ମିଳିଥିଲା। ପରେ ଅନ୍ୟ ଦୁଇ ଜଣଙ୍କ ଘରୁ ମଧ୍ୟ ସୁନା ଓ ରୁପା ଜବତ କରିଥିଲା ପୋଲିସ। ଚଢ଼ଉ ସମୟରେ ,ମିଳିଥିବା ସୁନା ଓ ରୁପା ଅଳଙ୍କାର ୫ କେଜିରୁ ଅଧିକ ହେବ।

Related Articles

Back to top button