ଓଡ଼ିଶାରାଜନୀତି

୬ଟି ସାଙ୍ଗଠନିକ ଜିଲ୍ଲା ସଭାପତିଙ୍କ ନାମ ଘୋଷଣା କଲା ବିଜେଡି

ଭୁବନେଶ୍ୱର :  ଆଉ ୬ଟି ସାଙ୍ଗଠନିକ ଜିଲ୍ଲା ସଭାପତିଙ୍କ ନାମ ଘୋଷଣା କଲା ବିଜୁ ଜନତା ଦଳ । କେନ୍ଦୁଝର ଜିଲ୍ଲା ପାଇଁ ଆଶିଷ ଚକ୍ରବର୍ତ୍ତୀଙ୍କୁ ସଭାପତି କରାଯାଇଛି । ସେହିପରି ବରିଷ୍ଠ ନେତା ଅଶୋକ ଚନ୍ଦ୍ର ପଣ୍ଡା ହୋଇଛନ୍ତି ଭୁବନେଶ୍ୱରର ବିଜେଡି ସଭାପତି ।  ଯୁବ ବିଧାୟକ  ସୁଶାନ୍ତ ରାଉତଙ୍କ ସ୍ଥାନରେ ଅଶୋକଙ୍କୁ ସଭାପତି କରାଯାଇଛି ।

Image

ସେହିପରି ଅନ୍ୟ ସାଙ୍ଗଠନିକ ଜିଲ୍ଲା ଗୁଡିକରେ ସମ୍ବଲପୁର ପାଇଁ  ସଭାପତି ହେଲେ ରୋହିତ ପୂଜାରୀ, ବଲାଙ୍ଗୀରରେ ସରୋଜ କୁମାର ମେହେର, ରାଉରକେଲାରେ ପ୍ରଦ୍ୟୁମ୍ନ ତ୍ରିପାଠୀଙ୍କୁ  ସଭାପତି କରାଯାଇଛି । ସେହିଭଳି ମୟୂରଭଞ୍ଜ-୨ ପାଇଁ ଦେବାଶିଷ ମାରାଣ୍ଡିଙ୍କ ନାମ ଘୋଷଣା କରିଛନ୍ତି ବିଜେଡି ରିଟର୍ଣ୍ଣିଂ ଅଫିସର ପ୍ରତାପ କେଶରୀ ଦେବ । ଏନେଇ ସୋମବାର ପ୍ରକାଶ ପାଇଛି ବିଜ୍ଞପ୍ତି ।

Related Articles

Back to top button