Featuredଅନ୍ତର୍ଜାତୀୟ
କାବୁଲର ଏକ ହୋଟେଲରେ ବଡଧରଣର ବିସ୍ଫୋରଣ

ଆଫଗାନିସ୍ତାନର : କାବୁଲରେ ପ୍ରବଳ ବିସ୍ଫୋରଣ ଘଟିଛି ଏବଂ ଏହା ସହିତ ବିସ୍ଫୋରଣ ସ୍ଥାନରେ ଗୁଳି ବିନିମୟ ମଧ୍ୟ ଶୁଣିବାକୁ ମିଳିଛି। ବିସ୍ଫୋରଣ ପରେ ହୋଟେଲରେ ପ୍ରବେଶ କରିବା ପରେ ଆକ୍ରମଣକାରୀମାନେ ଗୁଳି ଚଳାଇଥିଲେ। ଆକ୍ରମଣକାରୀଙ୍କ ଦ୍ୱାରା ଆକ୍ରମଣ ହୋଇଥିବା ହୋଟେଲ ହେଉଛି ବହୁ ମହଲା ବିଶିଷ୍ଟ କମ୍ପ୍ଲେକ୍ସ। ବିସ୍ଫୋରଣ ପରେ ଅଜ୍ଞାତ ସଂଖ୍ୟକ ଆକ୍ରମଣକାରୀ ହୋଟେଲରେ ପ୍ରବେଶ କରିଥିଲେ। ତାଲିବାନ ସରକାରଙ୍କ ସ୍ୱତନ୍ତ୍ର ଦଳ ଘଟଣାସ୍ଥଳରେ ପହଞ୍ଚିଛନ୍ତି। ଗୁଳି ବିନିମୟ ଜାରି ରହିଛି।ଏହି ବିସ୍ଫୋରଣ ପରେ ପ୍ରତ୍ୟକ୍ଷଦର୍ଶୀ କହିଛନ୍ତି ଯେ ଏହା ଅତ୍ୟନ୍ତ ଜୋରରେ ବିସ୍ଫୋରଣ ହୋଇଥିଲା ଏବଂ ଏହା ପରେ ତୀବ୍ର ଗୁଳି ବିନିମୟ ହୋଇଥିଲା। ତେବେ ଏପର୍ଯ୍ୟନ୍ତ ଏହି ବିସ୍ଫୋରଣ ସମ୍ପର୍କରେ କୌଣସି ଅଧିକାରୀ କୌଣସି ବିବୃତ୍ତି ଦେଇନାହାଁନ୍ତି।




