Breaking Newsବନ୍ୟାରାଜନୀତି
ଖଲ୍ଲିକୋଟ ବିଧାୟକଙ୍କୁ ଆକ୍ରମଣ। ବନ୍ୟା ସ୍ଥିତି ସମୀକ୍ଷା ବେଳେ ପୁରୁଷୋତ୍ତମପୁରରେ ଆକ୍ରମଣ

ବନ୍ୟାରେ ବେହାଲ ଜନଜୀବନ। ଘରଦ୍ୱାରଠାରୁ ଆରମ୍ଭ କରି ରାସ୍ତାଘାଟ, ସବୁଠି ବନ୍ୟାର ପ୍ରଭାବ। ବନ୍ୟା ପାଣି ହ୍ରାସ ପାଇବା ପରେ ବି ଲୋକଙ୍କ ଦୁର୍ଦ୍ଦଶା କମିନାହିଁ। ଏଭଳି ସ୍ଥିତିରେ ଲୋକଙ୍କ ସମସ୍ୟା ବୁଝିବାକୁ ଯାଇଥିଲେ ଖଲ୍ଲିକୋଟ ବିଧାୟକ ପୂର୍ଣ୍ଣଚନ୍ଦ୍ର ସେଠୀ। କିନ୍ତୁ ସ୍ଥିତି ସମୀକ୍ଷା ବେଳେ ହଠାତ୍ ବଢ଼ିଥିଲା ଉତ୍ତେଜନା। ନିଜର ଦୁର୍ଦ୍ଦଶା ଓ ସମସ୍ୟାକୁ ନେଇ ଲୋକଙ୍କ ମଧ୍ୟରେ ଥିବା ଅସନ୍ତୋଷ ଫୁଟି ଉଠିଥିଲା । ଉତ୍ତ୍ୟକ୍ତ ଲୋକେ ବିଧାୟକଙ୍କୁ ଘେରି ଯିବା ସହ ଠେଲାପେଲା କରିଥିବା ଅଭିଯୋଗ ହୋଇଛି।
ଏହି ଘଟଣା ପରେ ସେଠାରେ କିଛି ସମୟ ପାଇଁ ଅଶାନ୍ତ ପରିସ୍ଥିତି ସୃଷ୍ଟି ହୋଇଥିଲା। ବନ୍ୟା ପରବର୍ତ୍ତୀ ସମସ୍ୟାର ସମାଧାନ ନହେବାକୁ ନେଇ ଲୋକେ ନିଜର ଅସନ୍ତୋଷ ଜାହିର କରିଥିବା ଜଣାପଡ଼ିଛି। ତେବେ ଏହି ଘଟଣାକୁ ନେଇ ବିଧାୟକ ପୂର୍ଣ୍ଣଚନ୍ଦ୍ର ସେଠୀଙ୍କ ପକ୍ଷରୁ ଏଯାଏଁ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ ।




