ଜାତୀୟରାଜନୀତି

ସୀମା ପୁନଃନିର୍ଦ୍ଧାରଣ ବିଲ୍‌କୁ ନେଇ ଇଣ୍ଡି ମେଣ୍ଟରେ ହଲଚଲ୍!

ମୋବାଇଲ ନ୍ୟୁଜ 24×7 ବ୍ୟୁରୋ : ଶୁକ୍ରବାର କେନ୍ଦ୍ର କ୍ୟାବିନେଟ୍‌ ସୀମା ପୁନଃନିର୍ଦ୍ଧାରଣ ଓ ମହିଳା ସଂରକ୍ଷଣ ସହ ଜଡ଼ିତ ସମ୍ବିଧାନ ସଂଶୋଧନ ବିଲ୍‌କୁ ଅନୁମୋଦନ ଦେବା ପରେ ରାଜନୈତିକ ମହଲରେ ବଢ଼ିଛି ଉଷ୍ମତା।ପ୍ରସ୍ତାବ ଅନୁଯାୟୀ, ଦେଶର ସମସ୍ତ ରାଜ୍ୟରେ ଲୋକସଭା ଓ ବିଧାନସଭା ଆସନ ସଂଖ୍ୟା ୫୦ ପ୍ରତିଶତ ବୃଦ୍ଧି କରିବାକୁ ଯୋଜନା ରହିଛି। ଏହା ସହ ୨୦୫୧ ପର୍ଯ୍ୟନ୍ତ ରାଜ୍ୟଗୁଡ଼ିକର ଆନୁପାତିକ ପ୍ରତିନିଧିତ୍ୱ ଅପରିବର୍ତ୍ତିତ ରଖିବା ନେଇ ମଧ୍ୟ ପ୍ରସ୍ତାବ ରହିଛି।

ତେବେ ଏହି ବିଲ୍‌କୁ ନେଇ ବିରୋଧୀ ଶିବିରରେ ଦେଖାଦେଇଛି ମତଭେଦ। ଶରଦ ପାୱାରଙ୍କ ଏନ୍‌ସିପି (ଏସ୍‌ପି) ବିଲ୍‌କୁ ସର୍ତ୍ତମୂଳକ ସମର୍ଥନ ଦେବାକୁ ସଙ୍କେତ ଦେଇଥିବା ବେଳେ ଡିଏମ୍‌କେ ମଧ୍ୟ ସରକାରଙ୍କ ପ୍ରସ୍ତାବକୁ ସମର୍ଥନ କରିପାରେ ବୋଲି ଚର୍ଚ୍ଚା ହେଉଛି।ଏଭଳି ସ୍ଥିତିରେ ବିରୋଧୀ ଏକଜୁଟ୍ ରହିବା କଂଗ୍ରେସ ପାଇଁ ବଡ଼ ଚ୍ୟାଲେଞ୍ଜ। ଆଜିର ବୈଠକରେ ସମସ୍ତ ସହଯୋଗୀ ଦଳଙ୍କୁ ଏକାଠି ହୋଇ ବିଲ୍‌ର ମୁକାବିଲା କରିବାକୁ ଆହ୍ୱାନ ଦେଇପାରେ କଂଗ୍ରେସ।

ଉଲ୍ଲେଖଯୋଗ୍ୟ, ପୂର୍ବରୁ ଆବଶ୍ୟକ ଦୁଇ-ତୃତୀୟାଂଶ ବହୁମତ ଅଭାବରୁ ଏହି ବିଲ୍‌ ଲୋକସଭାରେ ପାରିତ ହୋଇପାରି ନଥିଲା। ଏବେ ସଂଶୋଧିତ ବିଲ୍‌କୁ ସ୍ୱତନ୍ତ୍ର ଅଧିବେଶନରେ ପାରିତ କରାଇବାକୁ ସରକାରଙ୍କ ରଣନୀତି କେତେ ସଫଳ ହେଉଛି, ତାହା ଉପରେ ସମସ୍ତଙ୍କ ନଜର।

Related Articles

Back to top button